Site icon Awaj Media

ବରିଷ୍ଠ ଓକିଲଙ୍କ ଉପରକୁ ଏସିଡ୍ ମାଡ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦମହକୁମା ପାରଳାଖେମୁଣ୍ଡିର ଜଣେ ପ୍ରତିଷ୍ଠିତ ଓକିଲଙ୍କ ଉପରକୁ ଏସିଡ୍ ମାଡ। ପାରଳାଖେମୁଣ୍ଡି ବାର ର ବରିଷ୍ଠ ଓକିଲ ପି ରାମରାଓ ଆଜି ଅପରାହ୍ନରେ ଜଙ୍ଗମ ସାହି ସ୍ଥିତ ନିଜ ବାସ ଭାବନରେ ରହିଥିବା ସମୟରେ କେହି ଦୁଇ ଜଣ ଦୁର୍ବୁତ୍ତ ବାଇକ ରେ ଆସି ରାମରାଓଙ୍କ କବାଟ ମାରି ଡାକିଥିଲେ, ଓକିଲ ଜଣକ କବାଟ ଖୋଲି ଦେଖିବା ସମୟରେ ହଠାତ ଏସିଡ୍ ଧରି ତାଙ୍କ ଉପରକୁ ଫୋପାଡ଼ିଥିଲା ! ଏହାପରେ ଓକିଲଙ୍କ ଦେହ ସାରା ଜଳିଯିବା ସହ ମୁହଁରେ ଅଧିକାଂଶ ଜାଗାରେ ଏସିଡ୍ ପଡି କ୍ଷତ ବିକ୍ଷତ ହୋଇଛି । ତାଙ୍କୁ ସେଠାରୁ ସହଯୋଗୀ ଓକିଲଙ୍କ ଦ୍ୱାରା ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା,ସେଠାରେ ପ୍ରାଥମିକ ଚିକିତ୍ସା ପରେ ଆଖିରେ ଏସିଡ୍ ପଡି ଯାଇଥିବା ଯୋଗୁଁ ଗୁରୁତର ଅବସ୍ଥାରେ ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି ! ତେବେ ବର୍ତ୍ତମାନ ସୁଦ୍ଧା ଏସିଡ୍ ପକାଇବା ପଛର କାରଣ ଅସ୍ପଷ୍ଟ ରହିଛି , ସେପଟେ କିଏ ଏହିଭଳି ଜଘନ୍ୟ କାଣ୍ଡ କରିଛି ତାହାର କୌଣସି ପରିଚୟ ବର୍ତ୍ତମାନ ସୁଦ୍ଧା ମିଳି ପାରିନାହିଁ । ଏଭଳି କାର୍ଯ୍ୟକୁ ଓକିଲ ମାନେ ନିନ୍ଦା କରିବା ସହ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରି ଦୋଷୀଙ୍କ ବିରୋଧରେ ଦୃଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ! ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି , ପୋଲିସ ଆଖପାଖ ରେ ଥିବା ସିସି ଟିଭି ଫୁଟେଜ ଓ ଘଟଣା ଘଟିବା ସମୟରେ ପାରଳାଖେମୁଣ୍ଡି ସହରର ଜଙ୍ଗମ ସାହି ଭିତରେ କିଏ ଚଳ ପ୍ରଚଳ କରୁଥିଲେ ସେହି ସମସ୍ତ ତଥ୍ୟକୁ ଅନୁସନ୍ଧାନ କରୁଛି ! ଯେହେତୁ ଏସିଡ୍ ମାଡ ଘଟଣା ପାରଳାଖେମୁଣ୍ଡି ସହରରେ ପ୍ରଥମ ଥର ପାଇଁ ହୋଇଛି ତେଣୁ ପୋଲିସ ଏହାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି । ଏହି ମାମଲାରେ ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଯତୀନ୍ଦ୍ର ପଣ୍ଡା !

Exit mobile version