Site icon Awaj Media

ସମ୍ଭବ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସମ୍ମାନୀତ ହେବେ ରବିନାରାୟଣ ପଟ୍ଟନାୟକ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଓଡ଼ିଶା ର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ସମ୍ଭବ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆସନ୍ତା ନଭେମ୍ବର ୨୪ ତାରିଖ ରବିବାର ଦିନ ଆୟୋଜିତ ହେବାକୁ ଥିବା ପଞ୍ଚମ ବାର୍ଷିକ ଉତ୍ସବ ଅବସରରେ ଆଲେଖ୍ୟ ଲେଖିବାରେ ଓ ସମାଜସେବା କ୍ଷେତ୍ରରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିବା ରବିନାରାୟଣ ପଟ୍ଟନାୟକ ଙ୍କୁ ସମ୍ମାନିତ କରାଯିବ । ରବିନାରାୟଣ ପଟ୍ଟନାୟକ ବିଭିନ୍ନ ଦୈନିକ ଖବର କାଗଜରେ ଆଲେଖ୍ୟ ଲେଖିବା ପାଇଁ ବେଶ୍ ପରିଚିତ , ଏହା ସହିତ ସମାଜସେବା କ୍ଷେତ୍ରରେ ମଧ୍ୟ ତାଙ୍କର ସ୍ଵତନ୍ତ୍ର ପରିଚୟ ରହିଛି । ନିଜେ ରକ୍ତଦାନ କରିବା ଓ ବୃକ୍ଷ ରୋପଣ କରିବା ପାଇଁ ମଧ୍ୟ ନିଜର ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି । ଏଥିପାଇଁ ସେ ବେଶ୍ ପ୍ରଶଂସା ପାଇଛନ୍ତି , ଏଥି ସହ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧ୍ୟ ଆଗରୁ ମଧ୍ୟ ସମ୍ମାନିତ କରାଯାଇଛି । ଟାଇମ୍ସ ୱର୍ନ ସେବା ସମ୍ମାନ ୨୦୨୩, ଜୟଦୂର୍ଗା ଫାଉଣ୍ଡେସନ ସମ୍ମାନ, ଉତ୍ସର୍ଗ କଲ୍ୟାଣ ସେବା ସମ୍ମାନ ୨୦୨୪, ପ୍ରଗତିବାଦୀ ପକ୍ଷରୁ ସୃଜନୀ କାର୍ଯ୍ୟକ୍ରମ ସମ୍ମାନିତ, ସୌଦାମିନୀ ପତ୍ରିକା ତରଫରୁ ସାରସ୍ଵତ ସମ୍ମାନ, ପ୍ରେରଣା ଫାଉଣ୍ଡେସନ ପକ୍ଷରୁ ପ୍ରେରଣା ସେବା ସମ୍ମାନ, ଲାଇଫ ସେଭର୍ସ ଗ୍ରୁପ୍ ଟ୍ରଷ୍ଟ ପକ୍ଷରୁ ସେବା ସମ୍ମାନ -୨୦୨୪ ଇତ୍ୟାଦି ସମ୍ମାନ ରେ ସମ୍ମାନିତ ହୋଇ ସାରିଛନ୍ତି ।

Exit mobile version