Site icon Awaj Media

ନୟାଗଡ଼ ରେ ଶିଶୁ ସୁରକ୍ଷା ଉପରେ ତାଲିମ କାର୍ଯ୍ୟକ୍ରମ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ କୁମାର ପଟ୍ଟନାୟକ : ନୟାଗଡ଼ ରେ ଶିଶୁ ସୁରକ୍ଷା ଉପରେ ତାଲିମ କାର୍ଯ୍ୟକ୍ରମ ! ନୟାଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଦ୍ଭାବନାର ସଭାଗୃହରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ପୋଷ୍ୟ ସନ୍ତାନ ସନ୍ତତି ଗ୍ରହଣ କରିଥିବା ମାତା ପିତା ଓ ସମାଜସେବୀ ଙ୍କ ପାଇଁ ତାଲିମ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି l ଭାରତ ସରକାରଙ୍କ ପକ୍ଷରୁ ଶିଶୁ ବିକାଶ ଓ ସୁରକ୍ଷା ପ୍ରତି ଦୃଷ୍ଟି ଆକର୍ଷଣ ପାଇଁ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହେଉଛି ! ଶିଶୁ ଙ୍କ ସୁରକ୍ଷା ଓ ପୋଷ୍ୟ ସନ୍ତାନ ଗ୍ରହଣ ଧାରା ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଥିଲା l ପ୍ରତ୍ୟେକ ଗ୍ରାମ ଠାରୁ ପଞ୍ଚାୟତ, ବ୍ଲକ୍, ସହର, ଜିଲ୍ଲା ଓ ରାଜ୍ଯ ସ୍ତରରେ ଉପରୋକ୍ତ କାର୍ଯ୍ୟକ୍ରମ ସଠିକ୍ ଭାବରେ ପରିଚାଳନା କରାଯାଉଛି ! ଗ୍ରାମ୍ୟ କଲ୍ୟାଣ ସମିତି ଠାରୁ ରାଜ୍ଯ ସ୍ତରୀୟ କମିଟି ପର୍ଯ୍ୟନ୍ତ ଯେପରି ସୁପରିଚାଳନା କରାଯାଇ ପାରିବ, ସେଥି ପ୍ରତି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପୋଲିସ ଦାୟିତ୍ଵ ନିର୍ବାହ କରିବା ପାଇଁ ଅତିଥି ମାନେ ପରାମର୍ଶ ଦେଇଥିଲେ l ଆବଶ୍ୟକ ସ୍ଥଳେ ଶିଶୁ ଙ୍କ ସୁରକ୍ଷା ପାଇଁ ହେଲପ ଲାଇନ ନମ୍ବର 1098 କୁ କଲ କରିବାକୁ ସମସ୍ତ ଜନସାଧାରଣ ଙ୍କୁ ସୂଚନା ଦିଆଯାଇଅଛି l ଶେଷରେ ପୋଷ୍ୟ ସନ୍ତାନ ଗ୍ରହଣ କରିଥି ବା ଦମ୍ପତି ଙ୍କୁ ସାଧୁବାଦ ଜଣାଇଥିଲେ ଅତିଥି !

Exit mobile version