Site icon Awaj Media

ବାଣପୁର ଗୋଦାବରୀଶ ମହାବିଦ୍ୟାଳୟ ରେ ନାକ୍ ଟିମ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବହୁ ପ୍ରତିକ୍ଷୀତ ନାକ୍ ଟିମ ଦୀର୍ଘ ଦୀର୍ଘ ୧୮ ବର୍ଷ ପରେ ନାକ୍ ମାନ୍ୟତା ର ଭିତ୍ତି ଭୂମି କୁ ପରଖିବା ପାଇଁ ଗୋଦାବରୀଶ ମହାବିଦ୍ୟାଳୟ ର ପରିଦର୍ଶନ ରେ ବୁଧବାର ଦିନ ପହଞ୍ଚିଛନ୍ତି । ଟିମ କୁ ସ୍ୱାଗତ କରିବା ପାଇଁ ଗୋଦାବରୀଶ ମହାବିଦ୍ୟାଳୟ ବୋହୁ ଭଳି ସୁନ୍ଦର ରୂପେ ସଜେଇ ହୋଇଥିଲା । ଚିଲିକା ନିର୍ବାଚନ ମଣ୍ଡଳୀ ତଥା ଓଡିଶା ର ସର୍ବ ପୁରାତନ ମହାବିଦ୍ୟାଳୟ ର ଶୈକ୍ଷିକ ଗୁଣବତ୍ତା, ପ୍ରଶାସନିକ ବ୍ୟବସ୍ଥା,ଓ ଭିତ୍ତିଭୂମୀ କୁ ପରଖିବା ପାଇଁ ବୁଧବାରଏବଂ ଗୁରୁବାର ଦୁଇ ଦିନିଆ ଗସ୍ତ ରେ ଆସୁଛନ୍ତି କେନ୍ଦ୍ରୀୟ ନାକ ଟିମ । ଓଡ଼ିଶାର ବରପୁତ୍ର ଗୋଦାବରୀଶଙ୍କ ନାମରେ ନାମିତ ଏକ ପୁରାତନ ଶିକ୍ଷାନୁଷ୍ଠାନ ଗୋଦାବରୀଶ ମହାବିଦ୍ୟାଳୟ ଚଳିତ ମାସ ୧୨ ଓ ୧୩ ତାରିଖ ଦୁଇ ଦିନ ଧରି ନାକ୍ କମିଟି ଦ୍ବାରା ପରିଦର୍ଶିତ ହୋଇଛି ଏହି ତିନି ଜଣିଆ କମିଟିରେ ଉତ୍ତରପ୍ରଦେଶ ମା ଶାକମ୍ବରୀ ବିଶ୍ଵବିଦ୍ୟାଳୟର କୁଳପତି ଡ଼ ହୃଦୟ ଶଙ୍କର ସିଂ ଅଧ୍ୟକ୍ଷ,ମିଜୋରାମ ଆଇଜଲ୍ ବିଶ୍ଵବିଦ୍ୟାଳୟର ସାଧାରଣ ପ୍ରଶାସନ ବିଭାଗର ମୁଖ୍ୟ ଡ଼ ଲାଲ ରିନ ଲୁଆଙ୍ଗା ସଂଯୋଜକ ଓ ମୁମ୍ବାଇ ସ୍ଥିତ ଗୋରେଗାଁ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ ପତିଭା ଗାଏକୱାଡ ସଦସ୍ୟ ଭାବରେ ଯୋଗଦେଇ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନାୟକ ହୋତା, ଆଇ କ୍ୟୁ ଏ ସି ସଂଯୋଜକ ଡ଼ ଋତୁସ୍ମିତା ମିଶ୍ର ଙ୍କ ସହ ଆଲୋଚନା ପରେ ବିଭିନ୍ନ ବିଭାଗର ମୁଖ୍ୟ ମାନଙ୍କ ଠାରୁ ବିଭାଗର ପାଠ୍ୟ ଦାନ ସେମିନାର ଆଦି ସମସ୍ତ ବିବରଣୀ ସଂଗ୍ରହ କରିଥିଲେ ।ପରେ ପରେ ସମସ୍ତ ବିଭାଗ, ଲବୋରେଟୋରୀ, ଲାଇବ୍ରେରୀ ,କାର୍ଯ୍ୟାଳୟ,ଅର୍ଥ ବିଭାଗ,କ୍ରୀଡା ବିଭାଗ, ଏନ ସି ସି ,ରେଞ୍ଜର ରୋଭର୍,ରେଡକ୍ରସ, ଏନ୍ ଏ ସେସ ଛାତ୍ରୀ ନିବାସ ଆଦି ପରିଦର୍ଶନ କରି ସନ୍ତୋଷ ପ୍ରକାଶ କରିଥିଲେ। ଟିମ୍ ର ସଦସ୍ୟମାନେ ପୁରାତନ ଛାତ୍ର ସଂସଦ,ଅଭିଭାବକ ,ମହାବିଦ୍ୟାଳୟର କର୍ମଚାରୀ ଓ ଛାତ୍ର ଛାତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ।ମହାବିଦ୍ୟାଳୟ ତରଫରୁ ସେମାନଙ୍କୁ ମୁଖ୍ୟ ଫାଟକ ନିକଟରୁ ସମସ୍ତ କର୍ମଚାରୀ ଛାତ୍ର ଛାତ୍ରୀ ମାନଙ୍କଦ୍ୱରା ସମ୍ବର୍ଦ୍ଧିତ କରାଯାଇ ସ୍ବାଗତ କରାଯାଇଥିଲା।ସନ୍ଧ୍ୟାରେ ଛାତ୍ର ଛାତ୍ରୀ ମାନେ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଶେଷରେ ସେମାନେ ବିବରଣୀ ପ୍ରସ୍ତୁତକରି ଅଧ୍ୟକ୍ଷଙ୍କୁ ପ୍ରଦାନ କରିଥିଲେ।

Exit mobile version