Site icon Awaj Media

କୋଣାର୍କ କ୍ୟାନ୍ସର ଫାଉଣ୍ଡେସନ୍ ଓ ଶିରି ଶିକ୍ଷାନୁଷ୍ଠାନ ର ଯୁଗ୍ମ ଉଦ୍ୟମରେ ରକ୍ତଦାନ ଶିବିର !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ରକ୍ତ ବିନା କାହାରି ଜୀବନ ଯେଭଳି ବିପଦରେ ନ ପଡ଼େ, ଏହାକୁ ଦୃଷ୍ଟିରେ ରଖି କୋଣାର୍କ କ୍ୟାନ୍ସର ଫାଉଣ୍ଡେସନ୍ ସମଗ୍ର ଓଡ଼ିଶାରେ ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଆୟୋଜନ କରୁଛି । ଏହି ଅନୁଷ୍ଠାନ କ୍ୟାନ୍ସର ପୀଡ଼ିତଙ୍କୁ ଚିକିତ୍ସା କ୍ଷେତ୍ରରେ ସହଯୋଗ କରିବା ସହିତ “ଅମୃତ ବିନ୍ଦୁ” ନାମକ ରକ୍ତଦାନ ଅଭିଯାନ ଆରମ୍ଭ କରି ଚିକିତ୍ସା କ୍ଷେତ୍ରରେ ସହଯୋଗ କରିଆସୁଛି । ଏହି ପର୍ଯ୍ୟାୟରେ ଏକ ଶିବିର ଆଜି ଭୁବନେଶ୍ୱରର ଆଚାର୍ଯ୍ୟ ବିହାର ସ୍ଥିତ ଶିରି ଶିକ୍ଷାନୁଷ୍ଠାନର ସହଯୋଗରେ ଆୟୋଜିତ ହୋଇଥିଲା। ଶିବିରରୁ ମୋଟ ୪୫ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। ଶିବିରରେ ରକ୍ତଦାନ କରିଥିବା ସମସ୍ତ ରକ୍ତଦାତା ମାନଙ୍କୁ HDFC ବ୍ୟାଙ୍କ ପକ୍ଷରୁ ଉପହାର ପ୍ରଦାନ କରାଯାଇଥିଲା।ରାଜଧାନୀ ଡାକ୍ତରଖାନା ରକ୍ତ କେନ୍ଦ୍ର ନିର୍ଦ୍ଦେଶକ ଡ ଦେବାଶିଷ ମିଶ୍ର ଙ୍କ ତତ୍ତ୍ଵାବଧାନରେ ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିରରେ ସିରି ଶିକ୍ଷାନୁଷ୍ଠାନ ର ନିର୍ଦ୍ଦେଶିକା ସୁସ୍ମିତା ଦାସ ଏବଂ ମାନବ ସମ୍ବଳ ଅଧିକାରୀ ସିଦ୍ଧିନାଥ ରାଉତ ଯୋଗଦାନ କରି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଶିବିରରେ କୋଣାର୍କ କ୍ୟାନ୍ସର ଫାଉଣ୍ଡେସନ ଏବଂ ଶିରି ଶିକ୍ଷାନୁଷ୍ଠାନ ର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ। କୋଣାର୍କ କ୍ୟାନ୍ସର ଫାଉଣ୍ଡେସନ୍ ମ୍ୟାନେଜିଂ ଟ୍ରଷ୍ଟି ତଥା ମୁମ୍ବାଇର ପୂର୍ବତନ ପୁଲିସ କମିସନର ଅରୂପ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶନାରେ ଏହି କାର୍ଯ୍ୟକ୍ରମ ସଫଳତାର ସହିତ ଗତି କରୁଛି।

Exit mobile version