Site icon Awaj Media

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପାରଳାଖେମୁଣ୍ଡି ଠାରେ ଶିଶୁ ଦିବସ ଏବଂ ୩୫ ତମ ବାର୍ଷିକ ଖେଳକୁଦ ସମାରୋହ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପାରଳାଖେମୁଣ୍ଡି ଠାରେ ଶିଶୁ ଦିବସ ତଥା ୩୫ତମ ବାର୍ଷିକ ଖେଳକୁଦ ସମାରୋହ ଓ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶ୍ରୀଯୁକ୍ତ ସଞ୍ଜୟ ଜେନାଙ୍କ ସଭାପତିତ୍ବରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଦେବୀ ମଠର ମହନ୍ତ ପୂଜ୍ୟଶ୍ରୀ ରାମାନନ୍ଦ ଦାସ ମହାରାଜ, ସମ୍ମାନିତ ଅତିଥି ଭାବେ U.G ହାଇସ୍କୁଲ ଯାଜପୁରର କ୍ରୀଡା ଶିକ୍ଷକ ଶ୍ରୀଯୁକ୍ତ ଧିରେନ୍ଦ୍ର କୁମାର ସାମଲ ଓ ଭେଙ୍କଟେଶ୍ଵର ହାଇସ୍କୁଲର କ୍ରୀଡା ଶିକ୍ଷକ ଶ୍ରୀଯୁକ୍ତ ଅଭିନ୍ନ ବାସୁଦେବ ମିଶ୍ର, ଶ୍ରୀ ପ୍ରମୋଦ କୁମାର ପାଢ଼ୀ ପ୍ରମୁଖ ଯୋଗଦେଇଥିଲେ। ବିଦ୍ୟାଳୟର ୫୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ମାନେ ସ୍ଥାନୀୟ କଲେଜ ପଡିଆ ଠାରେ ଦୁଇ ଦିନିଆ ବାର୍ଷିକ ଖେଳକୁଦ ସମାରୋହର ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ ନୈପୁଣ୍ୟ ପ୍ରଦର୍ଶନୀ କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ସରୋଜ କୁମାର ପଣ୍ଡାଙ୍କ ନେତୃତ୍ଵରେ ବିଦ୍ୟାଳୟର ଶାରୀରିକ ପ୍ରମୁଖ ଶ୍ରୀଯୁକ୍ତ ମୂରଲୀ ମୋହନ ପ୍ରଧାନ,ସହ ଶାରୀରିକ ପ୍ରମୁଖ ଶ୍ରୀଯୁକ୍ତ ରାଜେଶ କରାଇଙ୍କ ସଂଯୋଜନାରେ ତଥା ଅନ୍ୟ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ସହଯୋଗରେ ବାର୍ଷିକ ଖେଳକୁଦ ସମାରୋହର ଓ ଶିଶୁ ଦିବସ ସଫଳତାର ସହ ପାଳିତ ହୋଇଯାଇଛି।

Exit mobile version