Site icon Awaj Media

ବଜାରର ମୁଖ୍ୟ ରାସ୍ତା ମଝିରେ ଦୁଇ ଚକିଆ ଯାନର ପାର୍କିଙ୍ଗ : କେବେ ସୁଧୁରିବ ଅବସ୍ଥା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ମୁଖ୍ୟ ବଜାରକୁ ଯିବା ରାସ୍ତାରେ ଦୀର୍ଘ ଦିନ ହେଲା ଦୁଇ ଚକିଆ ଯାନର ପର୍କିଙ୍ଗ ବ୍ୟବସ୍ଥା କରାଯାଇଛି। ପୋୖର ପରିଷଦ ପକ୍ଷରୁ ପର୍କିଙ୍ଗ ବ୍ୟବସ୍ଥା ଥାଇ ସୁଦ୍ଧା ମୁଖ୍ୟ ରାସ୍ତା ମଝିରେ ପର୍କିଙ୍ଗ କରାଯାଉଛି।ଯାହା ଫଳରେ ଟ୍ରାଫିକ ସମସ୍ୟା ଉପୁଜିବା ସହ ସାଧାରଣ ଜନତା ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ନା ଏଥି ପ୍ରତି ପୋୖର ପରିଷଦ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦିଆଯାଉ ନାହିଁ।ଯାହା ଫଳରେ ସାଧାରଣ ଜନତା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି।ଏହି ବିଷୟ ନେଇ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରସାରଣ କଲେ ମଧ୍ୟ ପୋୖର ପରିଷଦ ଟିକସ ଆଦାୟ ରେ ବାଉଳା।ସବୁ ଜାଣି ନିଦା ବିଷ୍ଣୁ ପାଲଟିଛି ପୋୖର ପରିଷଦ।ତେଣୁ ନୂତନ ସରକାର ଲୋକଙ୍କ ସରକାର ମୋହନ ସରକାରଙ୍କ ଶୁଭ ଦୃଷ୍ଟି ପଡିଲେ ଜନ ସାଧାରଣ ଉପକୃତ ହୋଇପାରିବେ ବୋଲି ଆଶା କରାଯାଉଛି।

Exit mobile version