Site icon Awaj Media

ବିବାହ ଅବସରରେ ସମାଜମଙ୍ଗଳ ହୁଣ୍ଡିରେ ସହଯୋଗ କଲେ ଦମ୍ପତ୍ତି !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : କ୍ୟାନସର୍ ପୀଡ଼ିତଙ୍କ ପାଇଁ ଉତ୍ସର୍ଗ କଲେ ବିବାହରେ ମିଳିଥିବା ଉପହାର ଅର୍ଥ ! ବିବାହ ଉତ୍ସବରେ କର୍କଟ ପିଡୀତଙ୍କ ପାଇଁ ସମାଜମଙ୍ଗଳ ହୁଣ୍ଡି ପ୍ରତିଷ୍ଠା । ଡମପଡା ବ୍ଲକ ଅନ୍ତର୍ଗତ ଦୁଲଣାପୁର ଗ୍ରାମ ର ଯୁବ ସମାଜସେବୀ ମୁକେଶ ରାଉତ ଓ ମିକି ରାଉତଙ୍କ ବିବାହ ଗତକାଲି ଅନୁଷ୍ଠିତ ହେଇଥିଲା । ବିବାହ ଉତ୍ସବରେ ବନ୍ଧୁବାନ୍ଧବ ତଥା ସାଙ୍ଗସାଥୀଙ୍କ ଠାରୁ ମିଳିଥିବା ଉପହାର ଅର୍ଥରାଶି କୁ ସମାଜମଙ୍ଗଳ ହୁଣ୍ଡିରେ ପକାଯାଇଥିଲା । ଉକ୍ତ ହୁଣ୍ଡିରୁ ମିଳିଥିବା ସମ୍ପୂର୍ଣ୍ଣ ଅର୍ଥ ଅସହାୟ କର୍କଟ ପୀଡ଼ିତଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସମାଜସେବୀ ମହାସଂଘର ସଭାପତି ନାରାୟଣ ଚନ୍ଦ୍ର ଓଝା, ସାମାଜିକ କର୍ମୀ ନିରଞ୍ଜନ ସାହୁ, ଅଭିନେତା ନିରଞ୍ଜନ ଆଚାର୍ଯ୍ୟ, ସମାଜସେବୀ ମନୋଜ ସାହୁ, ଯୁବ ସମାଜସେବୀ ମାନସ ରଞ୍ଜନ ସାହୁ, ଯୁବ ନେତା ଅଭିନାଶ ପଟ୍ଟନାୟକ, ଭାଜପା ନେତା ତୁଷାରକାନ୍ତ ଚକ୍ରବର୍ତ୍ତୀ, ଶିକ୍ଷାବିତ୍ କୃଷ୍ଣଚନ୍ଦ୍ର ବେଉରା, ସୂଚନା ଅଧିକାର କର୍ମୀ ଦାଶରଥି ପଢିଆରୀ, ଶିକ୍ଷାବିତ ସନାତନ ରଣା,ସମାଜସେବୀ ସଞ୍ଜୟ ସାହୁ ଯୋଗଦେଇ ମୁକେଶ ରାଉତ ଓ ମିକି ରାଉତଙ୍କୁ ଆର୍ଶିବାଦ ଓ ପ୍ରଶଂସା କରିବା ସହ ହୁଣ୍ଡିଦାନ ରେ ସାମିଲ ହୋଇଥିଲେ । ଯୁବନେତା ଅଭିନାଶ ପଟ୍ଟନାୟକ ପ୍ରଥମେ ହୁଣ୍ଡିରେ ଅର୍ଥରାଶି ଦେଇଥିଲେ ।

Exit mobile version