Site icon Awaj Media

ଓଡ଼ିଶା ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଶାଖା ପକ୍ଷରୁ ବ୍ୟାଞ୍ଚ ମାର୍କ ଭେଲୁଏସନ ବୃଦ୍ଧିକୁ ନେଇ ସାମ୍ବାଦିକ ସମ୍ମିଳନୀ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷୀଣୀ ସମାଜ ସଭାଗୃହ ଠାରେ ଓଡ଼ିଶା ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଙ୍ଘ ଶାଖା ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଆଶାଲତା ପାଣିଗ୍ରାହୀ,ଆଶ୍ୱିନ ପାଢ଼ୀ, ସୁରେଶ ବେହେରା ପ୍ରମୁଖ ମଞ୍ଚାସିନ ଥିଲେ।ବ୍ୟାଞ୍ଚ ମାର୍କ ଭେଲୁଏସନ ବୃଦ୍ଧି ପାଇ ଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି।ଅନ୍ୟ ଜିଲ୍ଲା ଅପେକ୍ଷା ପାରଳାଖେମୁଣ୍ଡି ସହରରେ ଜମି କ୍ରୟ ବିକ୍ରୟର ବ୍ୟାଞ୍ଚ ମାର୍କ ଭେଲୁଏସନ ବୃଦ୍ଧି ପାଇଥିବା ନେଇ ସମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ତଥା ଉପାନ୍ତ ପ୍ରହରୀ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର।

Exit mobile version