Site icon Awaj Media

ଅଶୋକଝର ଠାରେ ଡିଜିଟାଲ ମିଡ଼ିଆ ୟୁନିୟନ ସୁକିନ୍ଦା – ଦାନଗଦୀର ବନ୍ଧୁମିଳନ କାର୍ଯ୍ୟକ୍ରମ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ କାର୍ଯ୍ୟରତ ସମସ୍ତ ଡିଜିଟାଲ ମିଡ଼ିଆ ସାମ୍ବାଦିକ ମାନଙ୍କୁ ନେଇ ସୁକିନ୍ଦା ସ୍ଥିତ ପର୍ଯ୍ୟଟନସ୍ଥଳୀ ଅଶୋକଝର ଠାରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ଦୀର୍ଘ ଦିନ ପରେ ନିର୍ବାଚନ ମଣ୍ଡଳୀ ର ଦୁଇ ବ୍ଲକ ସୁକିନ୍ଦା ଓ ଦାନଗଦୀ ର ସମସ୍ତ ସମ୍ବାଦିକ ମାନେ ଗୋଟେ ଛାତ ତଳେ ଏକତ୍ରିତ ହୋଇ ଥିବାରୁ ଏକ ହୋଇ ରହିବା ପାଇଁ ଶପଥ ନେଇଥିଲେ, ଏକାତା ହିଁ ବଳ, ସମସ୍ତେ ଭାଇ ଭାଇ ସୁଖ ଦୁଃଖ ରେ ଏକ ହୋଇ ରହିବା,ଏହାକୁ ପ୍ରମାଣିତ କରିବାକୁ ଯାଇ ସୁକିନ୍ଦା ଓ ଦାନଗଦି ବ୍ଲକ ରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକ ମାନଙ୍କ ଏହି ବନ୍ଧୁ ମିଳନ ରେ ନିର୍ବାଚନ ମଣ୍ଡଳୀ ର ସାମ୍ବାଦିକ ମାନେ  ଏକତା, ଭାଇଚାରା ଓ ସୁରକ୍ଷା ସମ୍ପର୍କରେ ଆଲୋଚନା କରିଥିଲେ,ସମସ୍ତେ ଏକାଧିକ ସଂଗଠନ ରେ ସାମିଲ ଥିଲେ ସୁଦ୍ଧା ନିଜ ଭିତରେ ଏକତା ରହୁନଥିଲା ଓ ଭାଇଚାରା କ୍ଷୁର୍ଣ୍ଣ ହେଉଥିଲା,ଯାହା ଫଳରେ ବହୁତ ସମସ୍ୟାର ସମାଧାନ ପାଇଁ  ଅସୁବିଧା ହେଉଥିଲା, ଖଣି ଶିଳ୍ପ ଭରା ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର ସମସ୍ତ ସାମ୍ବାଦିକ ମାନେ  ପୂର୍ବ କଥା କୁ ସବୁ ଭୁଲିଯାଇ ପୂର୍ବ ସଂଗଠନ ଠାରୁ ଉର୍ଦ୍ଧ୍ବରେ ରହି  ଭାଇଚାରା ରେ ବାନ୍ଧି ହେବା ପାଇଁ  ବଜ୍ର ଶପଥ ନେଇଥିଲେ l

ସମସ୍ତଙ୍କର ମୁହଁରେ ଗୋଟେ କଥା ଥିଲା ପ୍ରଥମେ ଆମେ ସମସ୍ତେ ସାମ୍ବାଦିକ ଭାଇ ଭାଇ ପରେ ସଂଗଠନ, ବନ୍ଧୁ ମିଳନ ରେ ଉପସ୍ଥିତ ସମସ୍ତ ସାମ୍ବାଦିକ ମାନେ ଏକ ହୋଇ ଦୁଃଖୀ , ସମାଜ ରେ ଅସହାୟ ଓ ନିଷ୍ପେସିତ ମାନଙ୍କ ନ୍ୟାର୍ଯ୍ୟ ଅଧିକାର ପାଇଁ ଲଢେଇ କରିବାକୁ ଆଗେଇ  ଆସିବାକୁ ବୈଠକରେ ମତ ପ୍ରକାଶ ପାଇଥିଲା l   ସମସ୍ତେ ଏକତା ସୂତ୍ରରେ ବାନ୍ଧି ହୋଇ ସମସ୍ତ ଜାତୀୟ ଦିବସ  ଓ ଓଡିଶାର ପର୍ବ ପର୍ବାଣୀ, ପ୍ରେସ ଦିବସ ପାଳନ, ସାମାଜିକ ସେବା କାର୍ଯ୍ୟ,କରିବା ସହିତ ମିଳିତ ଭାବେ ପରିଦର୍ଶନ କାର୍ଯ୍ୟକ୍ରମରେ ସାମିଲ ହେବାକୁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ହୋଇଥିଲା,   ବଣ ଭୋଜି କରିବା ସହ ଅଶୋକ ଶ୍ୱରୀ ମନ୍ଦିର ଦର୍ଶନ କରି ବନ୍ଧୁ ମିଳନ କାର୍ଯ୍ୟକ୍ରମଟିକୁ ସମସ୍ତ ସାମ୍ବାଦିକ ଭାଇ ମାନେ ନିଜ ନିଜ ଭିତରେ ଖୁସି ବାଣ୍ଟି ଥିଲେ, ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମଟିରେ ଏକାଧିକ ଡିଜିଟାଲ ସାମ୍ବାଦିକ ଭାଇ, ଭଉଣୀ ମାନେ ଉପସ୍ଥିତ ରହିଥିଲେ

Exit mobile version