Site icon Awaj Media

ହାତୀ ଉପଦ୍ରଵ ରେ ବ୍ୟାପକ କ୍ଷତି !!!

Spread the love

ବରଗଡ଼ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ବରଗଡ ଜିଲ୍ଲା ର ସର୍ଗିବାହାଲ ଫରେଷ୍ଟ ଏରିଆ ରେ 28 ଟିକିଆ ହାତୀ ପଲ ଗତ 5 ଦିନ ହେଲା ଘୁରି ବୁଲୁଛନ୍ତି ! ପଦ୍ମପୁର ତହସିଲ ଅନ୍ତର୍ଗତ ଯମଳା ମୌଜା ରେ ପ୍ରାୟ 30 ଏକର ଜମି ର ଧାନ ଓ ପନିପରିବା ନଷ୍ଟ ହୋଇଛି, କ୍ଷତିଗ୍ରସ୍ତ ହୋଇଥିବା ଚାଷୀ ମlନେ ହେଲେ, ଯମଳା ଗ୍ରାମ ର କପିଳେନ୍ଦ୍ର ଭୋଇ, ନନ୍ଦିକିଶୋର ସାହୁ, ଗୋପାଳ ଭୋଇ, କମଳା ପ୍ରଧାନ, ନାରାୟଣ ଭୋଇ, ସନ୍ତୋଷ ଭୋଇ, ଚକ୍ରଧର ଭୋଇ, ରଜନୀ କାନ୍ତ ପାଣିଗ୍ରାହୀ, ଶେଷଦେବ ମେହେର, ବତୀ ପ୍ରଧାନ ! ଏହା ସହିତ ଯୁଧିଷ୍ଠିର ପ୍ରଧାନ ଙ୍କ ଆଳୁ ଓ କୋବି ସହିତ ପ୍ରାୟ ଦୁଇ ଲକ୍ଷ ଟଙ୍କା ର ପନିପରିବା ମୋଟର ପାଇପ କ୍ଷତି ହୋଇଛି ! ଚାଷୀ ମନେ ଉଚିତ ତଦନ୍ତ ସହିତ ସରକାର ଙ୍କୁ କ୍ଷତି ପୂରଣ ଦାବି କରୁଛନ୍ତି , ଦେଖିବାକୁ ବାକି ରହିଲା ପ୍ରଶାସନ ଓ ବନବିଭାଗ କେବେ ତଦନ୍ତ କରି କ୍ଷତି ପୂରଣ ଦେଉଛି !

Exit mobile version