Site icon Awaj Media

କମଳା ନେହେରୁ ମହିଳା ମହାବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳନ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : କମଳା ନେହେରୁ ମହିଳା ମହାବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳନ ! ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ ସୁଶାନ୍ତ କୁମାର ପଟ୍ଟନାୟଙ୍କ ଅଧ୍ୟକ୍ଷତାରେ କମଳା ନେହେରୁ ମହିଳା ମହାବିଦ୍ୟାଳୟରେ ୭୫ ତମ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଶ୍ରୀଯୁକ୍ତ ଅଶୋକ କୁମାର ପ୍ରଧାନ ଛାତ୍ରୀ ମାନଙ୍କୁ ଶପଥ ପାଠ କରାଇଥିଲେ । ଏହି ଉପଲକ୍ଷେ ରାଜନୀତି ବିଜ୍ଞାନ ବିଭାଗ ଦ୍ଵାରା “ସମସାମୟିକ ଭାରତ ଓ ସମ୍ବିଧାନ” ଶୀର୍ଷକ ଏକ ପାଠାଚକ୍ରର ଆୟୋଜନ କରାଯାଉଥିଲା । ଏଥିରେ ରାଜଧାନୀ ଆଇନ୍ ମହାବିଦ୍ୟାଳୟର ବିଭାଗୀୟ ମୁଖ୍ୟ ଡଃ ଶେଖ୍ ସାହାନୱାଜ ଇସଲାମ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଭାରତ ସମ୍ବିଧାନର ଗୁରୁତ୍ଵପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ଥିଲେ । ଏହି ଅବସରରେ ଛାତ୍ରୀମାନଙ୍କ ମଧ୍ୟରେ ସାଧାରଣଜ୍ଞାନ ପ୍ରତିଯୋଗିତା କରାଯାଉଥିଲା ଓ ଏଥିରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା !

Exit mobile version