Site icon Awaj Media

ଓଡ଼ିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ 9 ଦଫା ଦାବି ପତ୍ର ପ୍ରଦାନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଓଡ଼ିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଙ୍ଘ ଗଜପତି ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଜପତି ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ଜରିଆରେ 9 ଦଫା ଦାବି ପ୍ରଦାନ କରାଯାଇଛି । ସେମାନଙ୍କ ଦାବି ଗୁଡିକ ହେଲା 65 ବର୍ଷରେ 5%,70 ବର୍ଷରେ 10% 75 ବର୍ଷରେ 15% 80 ବର୍ଷରେ 20% D A ବଢ଼େଇବା । ବସ ଭଡା ଓ ରେଳଭଡାରେ ବରିଷ୍ଠ ନାଗରିକ ମାନଙ୍କୁ ରିହାତି ଦିଆଯାଉ। ଚିକିତ୍ସା ଭତ୍ତା ,ସ୍ୱାସ୍ଥ୍ୟ ସେବା ଦିଆଯାଉ। ଏହିଭଳି ନଅ ଦଫା ଦାବି ରହିଛି । ଓଡ଼ିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଗଜପତି ଶାଖାର ସଭାପତି ଅଶ୍ୱିନୀ କୁମାର ପାଢୀ, ସମ୍ପାଦକ ସୁରେଶ ଚନ୍ଦ୍ର ବେହେରା, ବିନୋଦ ଚନ୍ଦ୍ର ଜେନା, ବିଚିତ୍ରାନନ୍ଦ ବେବର୍ତ୍ତା, ବି ଜନାର୍ଦ୍ଦନ, ସଚ୍ଚିଦାନନ୍ଦ ସାମଲଙ୍କ ସମେତ ବହୁ ଅବସରପ୍ରାପ୍ତ କର୍ମଚାରୀ ଉପସ୍ଥିତ ରହି ଦାବିପତ୍ର ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ଙ୍କୁ ପ୍ରଦାନ କରିଛନ୍ତି ।

Exit mobile version