Site icon Awaj Media

ବାଲ୍ୟ ବିବାହ ରୋକିବା ନିମନ୍ତେ ସଚେତନତା ରଥ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ କୁମାର ପଟ୍ଟନାୟକ : ନୟାଗଡ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଙ୍କ ଦ୍ୱାରା ବାଲ୍ୟ ବିବାହ ରୋକିବା ନିମନ୍ତେ ସଚେତନତା ରଥ ର ଶୁଭାରମ୍ଭ ! ନୟାଗଡ଼ ରେ ବାଲ୍ୟ ବିବାହକୁ ରୋକିବା ନିମନ୍ତେ ଜ଼ିଲ୍ଲା ପ୍ରଶାସନ ତରଫରୁ ବହୁ କାର୍ଯ୍ୟ କ୍ରମ ହାତକୁ ନିଆ ଯାଇଅଛି, ପ୍ରତେକ ମନ୍ଦିର, ମସଜିଦ ,ଗୀର୍ଜା ଓ ବିଭିନ୍ନ ସମ୍ପ୍ରଦାୟ ଲୋକ ମାନଙ୍କୁ ପର୍ଯ୍ୟାୟ କ୍ରମେ ତାଲିମି ଦିଆ ଯାଇଅଛି ଏବଂ ଜ଼ିଲ୍ଲା ରେ ଚାଇଲଡ ହେଲ୍ପଳାଇନ ସହାୟତାରେ ବହୁ ବାଲ୍ୟ ବିବାହ ରୋକା ଯାଇଅଛି, ଆଜିର ଏହି କାର୍ଯ୍ୟକ୍ରମ ଜ଼ିଲ୍ଲା ରେ ବାଲ୍ୟ ବିବାହ ପ୍ରତି ସଚେତନତା ବୃଦ୍ଧି ପାଇବ ! ଏହି ରଥ 8 ଦିନ ଧରି 8 ବ୍ଲକ କୁପରିଭ୍ରମଣ କରିବା ସହିତ ସାଧାରଣ ଲୋକଙ୍କୁ ବାଲ୍ୟ ବିବାହର କୁ ପରିଣାମ ବିଷୟରେ ସଚେତନତା କରାଇବ. ପ୍ରତେକ ବ୍ଲକ ର ବାଲ୍ୟ ବିବାହ ନିଷେଧ ଅଧିକାରୀ ତଥା ସିଡିପିଓ ମାନଙ୍କୁ ନିର୍ଦେଶ କରା ଯାଇ ଅଛି କି ସେମାନେ ଏହି ରଥ କୁ ସେମାନଙ୍କ ବ୍ଲକ ରେ ସ୍ବାଗତ କରିବା ସହ ସମସ୍ତ ଗ୍ରାମରେ ବିଭିନ୍ନ ସ୍ଲୋଗାନ, ପୋଷ୍ଟର, ଏବଂ ଶପଥ ପାଠ କରାଇବା ସହିତ ବାଲ୍ୟ ବିବାହ ର କୁ ପରିଣାମ ବିଷୟରେ ସଚେତନତା କରାଇବେ.
ଆଜିର ଏହି କାର୍ଯ୍ୟ କ୍ରମରେ ଜ଼ିଲ୍ଲା ପାଳ ସହ ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶିବ୍ୟାନ ପ୍ରଧାନ, ଅଧକ୍ଷ ଜ଼ିଲ୍ଲା ଶିଶୁ ମଙ୍ଗଳ ସମିତି କିଶୋର ଚନ୍ଦ୍ର ମହାପାତ୍ର, ଆଇନ ଅଧିକାରୀ ଶ୍ରୀ ମହମୋଦ ଅର୍ଶଦ ଅଂସାରୀ ଏବଂ ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଅର୍ଚନା କଁହର ଓ ଚାଇଲଡ ହେଲ୍ପ ଲାଇନ ର କାଉନସିଲର ଚନ୍ଦ୍ରଶେଖର ବେହେରା ଓ ସମସ୍ତ ଶିଶୁ ସୁରକ୍ଷା କର୍ମ କର୍ତ୍ତା ଉପସ୍ଥିତ ରହିଥିଲେ.

Exit mobile version