Site icon Awaj Media

ଓଡ଼ିଆରେ ପରିଚାଳିତ ହେବ ଓଡ଼ିଶାର ଶାସନ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଭାରତବର୍ଷର ପ୍ରଥମ ଭାଷାଭିତ୍ତିକ ରାଜ୍ୟରେ ଭାଷା ଭିତ୍ତିରେ ରାଜ୍ୟ ଶାସନ ପାଇଁ ବହୁ ବର୍ଷରୁ ଉଦ୍ୟମ ହେଉଥିଲେ ସୁଦ୍ଧା ତାହା ଏଯାଏଁ ସମ୍ଭବ ହୋଇ ପାରୁନଥିଲା | ଭାଷା ଆନ୍ଦୋଳନ, ଓଡ଼ିଶାର ଉଦ୍ୟମ ଫଳରେ ୨୦୧୮ ମସିହାରେ କେବଳ ୧୯୫୪ ଭାଷା ଆଇନ ସଂଶୋଧନ ହୋଇ ଓଡ଼ିଆ ଭାଷା ସରକାରୀ ଭାଷା ଭାବେ ପରିଗଣିତ ହୋଇଥିଲା | ୧୭ ଅଗଷ୍ଟ ୨୦୧୯ ରେ ରାଜପତ୍ରରେ ନିୟମାବଳୀ ପ୍ରକାଶ ପାଇଲା ତାହା ତତ୍କାଳ ଲାଗୁହୋଇ ଓଡ଼ିଆ ଭାଷା ହିଁ ଓଡ଼ିଶାର ସରକାରୀ ଭାଷା ଏବଂ ଯେଉଁମାନେ ନମାନିବେ ସେମାନଙ୍କୁ ୧୯୬୨ ସିସିଏ ରୁଲ ଅନୁଯାୟୀ ଦଣ୍ଡିତ ହେବେ | ଗତ ସରକାରରେ ତାହା କେତେଦୂର କାର୍ଯ୍ୟକାରୀ ହେବ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ଏବେକାର ବିଜେପି ସରକାର ଘୋଷଣା କରିଛନ୍ତିକି ଓଡ଼ିଆରେ ନିଶ୍ଚୟ ଓଡ଼ିଶାର ଶାସନ ପରିଚାଳିତ ହେବ | ପ୍ରଥମ ସୋପାନକୁ ଯାଇ ଦୀର୍ଘ ଦିନର ଦାବିକୁ ଆପଣ ହୃଦୟଙ୍ଗମ କରି ସ୍ୱାଧୀନତାର ୭୮ ବର୍ଷ ପରେ ପ୍ରଥମ ଥର ପାଇଁ ଉଚ୍ଚ ମାଧ୍ୟମିକ ସ୍କୁଲଗୁଡିକରେ ଓଡ଼ିଆ ଶିକ୍ଷକ ନିଯୁକ୍ତି କରିବା ପାଇଁ ବିଜ୍ଞପ୍ତି 29642/28/11/2024 ପ୍ରକାଶ କରିଛନ୍ତି | ଉଚ୍ଚ ବିଦ୍ୟାଳୟରେ ସ୍ୱତନ୍ତ୍ର ଓଡ଼ିଆ ଶିକ୍ଷକ ନିଯୁକ୍ତିର ଆବଶ୍ୟକତା ସମ୍ପର୍କରେ ଓଡ଼ିଶାରେ ସଚେତନତା ଓ ସରକାରଙ୍କ ଉପରେ ଚାପ ସୃଷ୍ଟି ପାଇଁ ଅଧ୍ୟାପକ ଇନ୍ଦ୍ରମଣି ସାହୁଙ୍କ ନେତୃତ୍ୱରେ ୧୬ ମେ ୨୦୧୫ରୁ ୩୧ ମେ ୨୦୧୫ ଯାଏଁ ଏକ ସାଇକେଲ ଶୋଭାଯାତ୍ରା ଏବଂ ଠିକ୍ ପାଞ୍ଚ ମାସ ପରେ ସମାନ ଆଭିମୁଖ୍ୟକୁ ନେଇ ସମ୍ବଲପୁରରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଏକ ଭାଷା ପଦଯାତ୍ରା ଆୟୋଜିତ ହୋଇଥିଲା। ଭାଷା ପାଇଁ ଗଣ ଓ ଗଣମାଧ୍ୟମର ଭୂମିକା ଦୃଷ୍ଟିରୁ ଭାଷା ଆନ୍ଦୋଳନର ଓଡ଼ିଆରେ ଓଡ଼ିଆ ଶାସନ ଆନ୍ଦୋଳନ ଓଡ଼ିଆ ଭାଷା ଶିକ୍ଷକ ନିଯୁକ୍ତି ପ୍ରସଙ୍ଗ ମଧ୍ୟ ସରକାରଙ୍କ ପାଖରେ ଦାବି ରଖିଥିଲା | ଗତ 30 ଫେବୃଆରୀ 2024 ରେ ବୁଦ୍ଧିଜୀବୀମାନଙ୍କର ସମ୍ମିଳନୀରେ ଏହି ପ୍ରସଙ୍ଗ ବିଶେଷ ଭାବରେ ସରକାରଙ୍କ ଉପରେ ପ୍ରଭାବ ପକାଇଥିଲା | ଯାହା ଫଳରେ ଗତ ସରକାରର ଶେଷ ମନ୍ତ୍ରୀମଣ୍ଡଳ ସ୍ତରୀୟ ବୈଠକରେ ଓଡ଼ିଆ ଶିକ୍ଷକ ନିଯୁକ୍ତିକୁ ପ୍ରାଥମିକତା ଦେଇଥିଲେ | ଓଡ଼ିଶାରେ ବିଜେପି ସରକାର ଆସିବା ପରେ ଘୋଷଣା କରିଥିଲେ କି ଆମେ ଓଡ଼ିଆ ଭାଷା ଶିକ୍ଷକ ନିଯୁକ୍ତି କରିବୁ କିନ୍ତୁ ଷ୍ଟାଫ ସିଲେକସନ କମିଶନଙ୍କଦ୍ୱାରା 4043/ 09/10/2024 ରିଖରେ ପ୍ରକାଶିତ ବିଜ୍ଞପ୍ତିରେ ଭାଷା ଶିକ୍ଷକ ନିଯୁକ୍ତି ପ୍ରସଙ୍ଗ ନଥିବାରୁ ଆମ୍ଭେ ମାନ୍ୟବର ଉଚ୍ଚ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସହ ଆଲୋଚନା କରିବାରୁ ତାହା ନିଶ୍ଚୟ ହେବ ବୋଲି ପ୍ରତିଶୃତି ଦେଇଥିଲେ ଏବଂ ବିଭାଗୀୟ ଆଧିକାରୀଙ୍କ ସହ ଆଲୋଚନା କରିଥିଲେ | ଯାହା ଫଳରେ ଭାଷା ଭିତ୍ତିକ ରାଜ୍ୟ ଓଡ଼ିଶାରେ ଓଡ଼ିଆ ଭାଷା ଶିକ୍ଷକ ନିଯୁକ୍ତି ସମ୍ଭବ ହୋଇପାରିଛି | ଓଡ଼ଶା ପାଇଁ ତଥା ଓଡ଼ିଆ ଜାତି ପାଇଁ ମହାନ ପର୍ବ ସହିତ ଗର୍ବ ଓ ଗୌରବର ବାର୍ତ୍ତା ନିଶ୍ଚୟ ବିଜେପି ପରିଚାଳିତ ମୋହନ ସରକାରଙ୍କ ଏବଂ ମାନ୍ୟବର ମନ୍ତ୍ରୀ ଏବଂ ସଚିବ ଶାଳିନୀ ପଣ୍ଡିତଙ୍କୁ ଭାଷା ଆନ୍ଦୋଳନ, ଓଡ଼ିଶା, ଓଡ଼ିଆ ସମ୍ମାନ ଛାତ୍ର ସଂସଦ, ଓଡ଼ିଶା ଏବଂ ଉତ୍କଳ ସାମ୍ବାଦିକ ସଂଘ ତରଫରୁ ଧନ୍ୟବାଦ ପ୍ରଦାନ କରାଯାଇଛି |

 

 

Exit mobile version