Site icon Awaj Media

ଅଗ୍ନିକାଣ୍ଡରେ ଦୋକାନ ଘର ଭସ୍ମୀଭୂତ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଟାଟା ଷ୍ଟିଲ 4 ନମ୍ବର ଗେଟ ପାଖରେ ନିଆଁ ଲାଗି ଜଳିଗଲା ଦୋକାନ ! ସକାଳ ସମୟରେ କଳିଙ୍ଗନଗର ଶିଳ୍ପାଞ୍ଚଳ ସ୍ଥିତ ଟାଟା ଷ୍ଟିଲ କାରଖାନାର ଚାରି ନମ୍ବର ଗେଟ ସ୍କିଲ ଆସେସମେଣ୍ଟ ସେଣ୍ଟର ପାଖରେ ଅଚାନକ ନିଆଁ ଲାଗି ଏକ ତେଜରାତି ଦୋକାନ ପୋଡି ନଷ୍ଟ ହୋଇଛି । ସୁଚନା ମୁତାବକ ଏହି ଦୋକାନ ଟିରେ କୌଣସି କାରଣରୁ ଆଜି ସକାଳ ସମୟରେ ହଠାତ ନିଆଁ ଲାଗି ଯାଇଥିଲା । ସ୍ଥାନୀୟ ଲୋକେ ଲାଗିଥିବା ନିଆଁକୁ ଆୟତ କରିବାରେ ବିଫଳ ହେବା ପରେ ଦମକଳ ବାହିନୀର କର୍ମଚାରୀ ଆସି ନିଆଁକୁ ଆୟତ୍ତ କରିଥିଲେ ! ତେବେ ଦୋକାନ ସହ ସମସ୍ତ ସାମଗ୍ରୀ , ଚାଉଳ, ଟଙ୍କା ପୋଡି ଜଳି ପାଉଁଶ ହୋଇ ଯାଇଥିଲା ।

Exit mobile version