Site icon Awaj Media

ହାଟ ରେ ବେପାର ଜମୁନି : ବେପାରୀ ନିରାଶ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଶନିବାର ହାଟ ଏବେବି ବଞ୍ଚିଛି ହାଟରେ ମିଳୁଛି ବିଭିନ୍ନ ସାମଗ୍ରୀ , କିନ୍ତୁ ହାଟ ରେ ବେପାର ଜମୁନି, ବେପାରୀ ନିରାଶ ! ଗଜପତି ଜିଲ୍ଲା ସଦର ମହକୁମା ପରଲାଖିମୁଣ୍ଡି ରେ ଏବେବି ଶନିବାର ହାଟ ବଂଚିଛି । ହାଟ ରେ ମିଳୁଛି ବିଭିନ ସାମଗ୍ରୀ କିନ୍ତୁ , ବେପାର ଜମୁନି ଗ୍ରାହକ ଙ୍କ ଭିଡ଼ କମି ଯାଉଛି ଫଳରେ ଫିକା ପଡ଼ିଯାଉଛି ହାଟ, ପୂର୍ବେ ହାଟରେ ଭିଡ ଜମୁଥିଲା , ବର୍ତ୍ତମାନ ହାଟ ପରିବର୍ତନ ହୋଇଥିବାରୁ ବେପାର ଜମୁନାହିଁ ବୋଲି ପ୍ରକାଶ କରିଛନ୍ତି ବ୍ୟବସାୟୀ । ପୂର୍ବରୁ ପରଲା ସାହି ଛକରେ ହାଟ ହେଉଥିଲା , ହାଟ ଜମୁଥିଲା , କିନ୍ତୁ ଟ୍ରାଫିକ ସମସ୍ୟା ଉପୁଜୁଥିଲା ! ବର୍ତ୍ତମାନ ହାଟ ଆରଏମସି ପରିସରରେ ହାଟ ଚାଲିଛି , କିନ୍ତୁ ବେପାର ଜମୁନି ! ଗ୍ରାହକ ଆସିବା କମିଯାଇଛି ବୋଲି ବେପାରୀ ପ୍ରକାଶ କରିଛନ୍ତି ।

Exit mobile version