କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ବହୁତ କମ ଲୋକ ସମାଜରେ ଭଲ କାମ କରି ପ୍ରତିଷ୍ଠିତ ହୋଇଥାନ୍ତି ।ଖୁବ କମ ଲୋକଙ୍କ ମଧ୍ୟରେ ସରଳ ଜୀବନ ଚର୍ଚ୍ଚା ଏବେ ସମାଜ ପ୍ରତି ଦାଇତ୍ଵ ବୋଧତା ଦେଖିବାକୁ ମିଳିଥାଏ । ଏପରି ଜଣେ ବ୍ୟକ୍ତି ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲା ରଜାଙ୍ଗ ଗ୍ରାମର ମନୋରଞ୍ଜନ ପଣ୍ଡା । ପେଷାରେ ଶିକ୍ଷକ ହୋଇଥିଲେ ମଧ୍ୟ ମଞ୍ଚ କଳାକାର ,ଗାଳ୍ପିକ ଓ ସମାଜସେବା ତାଙ୍କର ନିଶା ।ଅନୁଗୋଳ ରୋଟାରୀ ପବ୍ଲିକ ସ୍କୁଲରେ ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରନ୍ତି ।ହେଲେ ମଞ୍ଚ ଉପରେ ନିଜର କଳା ପ୍ରଦର୍ଶନ ,ଗଳ୍ପ ଲେଖିବା ଓ ସମାଜସେବାରେ ନିଜକୁ ଉତ୍ସଗ କରିଥିବା ମନୋରଞ୍ଜନ ନିଜ କୃତିତ୍ୱ ପାଇଁ ରାଜ୍ୟ ତଥା ଜାତୀୟ ସ୍ତରରେ ପୁରସ୍କୃତ ହୋଇଛନ୍ତି । ସାଉଁଟିଛନ୍ତି ଅନେକ ପ୍ରଶଂସା ।ତାଙ୍କର ଆଦର୍ଶ ଶିକ୍ଷାଦାନ ଓ ଗୁଣାତ୍ମକ ଶିକ୍ଷାର ଗବେଷଣା ପାଇଁ ବିଭିନ୍ନ ସ୍ଥାନରୁ ପୁରସ୍କୃତ ହୋଇଛନ୍ତି ।ସେହି ପରି ଚଳିତ ବର୍ଷ ମଧ୍ୟ ଭାରତ ବିଭୂଷଣ ଓ ଦିଲ୍ଲୀ ବିଧାନସଭା ବାଚସ୍ପତି ରାମ ନିୱାସ ଗୋଏଲଙ୍କ ଦ୍ୱାରା ପୁରସ୍କୃତ ମଧ୍ୟ ହୋଇଥିଲେ ।ତାଙ୍କର ଏହି ମହତ କାର୍ଯ୍ୟ ପାଇଁ ବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ଠାରୁ ଆରମ୍ଭ କରି ଶିକ୍ଷକ ଶିକ୍ଷୟତ୍ରୀ ମାନେ ବେଶ୍ ପ୍ରଶଂସା କରନ୍ତି। ନିଜର ଏଭଳି ମହତ କାର୍ଯ୍ୟ ପାଇଁ ଯୁବଗୋଷ୍ଠୀ ଓ ସମାଜ ପାଇଁ ଉଦାହରଣ ପାଲଟିଛନ୍ତି ମନୋରଞ୍ଜନ।
ନିଜର କାର୍ଯ୍ୟ ପାଇଁ ଯୁବଗୋଷ୍ଠୀ ଓ ସମାଜ ପାଇଁ ଉଦାହରଣ ପାଲଟିଛନ୍ତି ମନୋରଞ୍ଜନ !!!

