Site icon Awaj Media

ପାଦୁକା ପାଣି , ତୁଳସୀ ଓ ଲିମ୍ବପତ୍ର ରେ ଝଡା ସହ ଦୈବି ଶକ୍ତିରେ ଭଲ ହେଉଛି ଦୁରାରୋଗ ବ୍ୟାଧି !!!

Spread the love

ସାଲେପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବିଶ୍ଵାସ ଓ ଅନ୍ଧବିଶ୍ବାସ ମଧ୍ୟରେ ୭ ମିନିଟ ପାଇଁ ହନୁମାନ କାଳିଶି ! ଖବର ର ଏପରି ଶିରୋନାମା ପଢି ଆଶ୍ଚର୍ଯ୍ୟ ଲାଗୁଛି ନା , ତେବେ ଶୁଣନ୍ତୁ କଣ ପ୍ରକୃତରେ ଘଟୁଛି ! ଦୀର୍ଘ ୧୩ବର୍ଷ ହେବ ଚାଲିଛି ପ୍ରଭୁ ହନୁମାନଙ୍କ ପୂଜା ଓ ସେବା । ପାଦୁକ,ପାଣି, ତୁଳସୀ ଓ ଲିମ୍ବପତ୍ର ଝଡା ଦୈବି ଶକ୍ତି କୃପାରୁ ରୋଗୀ ହେଉଛନ୍ତି ଭଲ । ରୋଗରୁ ଭଲ ହେବାର ଆଶା ରଖି ପ୍ରଭୁଙ୍କ ପାଖକୁ ଧାଇଁ ଆସିଥାନ୍ତି ରୋଗୀ । ଏସବୁ ପ୍ରଭୁ ହନୁମାନଙ୍କ ପୂଜକ ପ୍ରାପ୍ତ କରିଥିବା ଦୈବି ଶକ୍ତି ପାଇଁ ସମ୍ଭବ ହୋଇପାରିଛି ବୋଲି କୁହନ୍ତି ଭକ୍ତ। କଟକ ଜିଲ୍ଲା ସାଲେପୁର ବ୍ଳକ୍ ସୈରୀ ପଞ୍ଚାୟତ ର ବାଲିସମଳା ଗ୍ରାମରେ ଥିବା ପ୍ରଭୁ ହନୁମାନଙ୍କ ପୂଜାରୀ ହେଉଛନ୍ତି ଏ ଖବର ର ନାୟକ । ହେଲେ ଅନ୍ୟପଟେ ମେଡିକାଲ ସାଇନ୍ସକୁ ଭୁଲ ବୋଲି ଆମ୍ଭେ କହିପାରିବା ନାହିଁ । ତେବେ ଏହାକୁ କ’ଣ କହିବା ବିଶ୍ଵାସ ନା ଅନ୍ଧବିଶ୍ୱାସ । ଦୀର୍ଘ ୧୩ ବର୍ଷ ହେବ ଚାଲିଛି ପ୍ରଭୁ ହନୁମାନଙ୍କ ପୂଜାର୍ଚ୍ଚନା , ପ୍ରତି ମଙ୍ଗଳବାର ରେ ଲାଗେ ଭିଡ଼ଙ୍କ ଭିଡ। ପ୍ରଭୁଙ୍କ ଶରଣ ପାଇଁ ଲାଗିଛି ଭିଡ଼। ପ୍ରଭୁଙ୍କ ପାଖରେ ପାଦୁକା ପାଣି ତୁଳସୀ ଓ ଲିମ୍ବପତ୍ର ରେ ଝଡା ସହ ଦୈବି ଶକ୍ତିରେ ଭଲ ହେଉଛି ଦୁରାରୋଗ ବ୍ୟାଧି । ଓଡିଶା ଓ ବାହାରୁ ଆସୁଛନ୍ତି ରୋଗୀ ଏଠାକୁ ଭଲ ହେବା ପାଇଁ । ଏଠି ହନୁମାନଙ୍କୁ ସାଧନା କରି ପୂଜା କରୁଥିବା ପୂଜକ କହିଛନ୍ତି , ଏହି ବିଦ୍ୟା ମୁଁ କେଉଁଠାରୁ ଶିଖିନି । ପ୍ରଭୁଙ୍କ ପାଖରେ ଦୀର୍ଘ ୧୩ ବର୍ଷ ହେବ ଶରଣ ପଶିଥିଲି , ପ୍ରଭୁ ଆଶ୍ରିବାଦ କଲେ । ଦୀର୍ଘ ୧୩ବର୍ଷ ହେବ ରୋଗୀଙ୍କ ସେବା କରୁଛି । ରୋଗୀ ବିଶ୍ୱାସ କରି ଏଠାକୁ ଆସୁଛନ୍ତି । ଏଠି କିଛି ମେଡ଼ିସିନ ନାହିଁ , କେବଳ ପ୍ରଭୁଙ୍କ ପାଦୁକ ପାଣି ତୁଳସୀ ଓ ଲିମ୍ବପତ୍ରରେ ଝଡା ସହ ଦୈବି ଶକ୍ତିରେ ରୋଗୀ ଭଲ ହେଉଛି । ଟିବି , ପାରାଲିସିସ , କ୍ୟାନସର, ଡାଇବେଟିସ ଏହି ଭଳି ବିଭିନ୍ନ ପ୍ରକାରର ରୋଗ ଏଠି ଭଲ ହେଉଛି , ଯିଏ ପ୍ରଭୁଙ୍କ ଶରଣରେ ପଡୁଛନ୍ତି । ପ୍ରଭୁଙ୍କ ପାଖରେ ସବୁ ରୋଗ ଛୋଟ , ପ୍ରଭୁ ଚାହିଁଲେ ସବୁ ଭଲ ହେବ । ଖାଲି ସେତିକି ନୁହେଁ ଘରର ସମସ୍ୟା ମଧ୍ୟ ଦୂର ହୋଇଥାଏ । ଦୈବିଶକ୍ତି ଥରେ ଆସିଲେ ଏତେଶୀଘ୍ର ଛାଡିକି ଯିବ ନାହିଁ ! ମୁଁ ପ୍ରଭୁଙ୍କ ସେବକ ବୋଲି କହିଛନ୍ତି ହନୁମାନଙ୍କ ପୂଜାରୀ । ପ୍ରଭୁଙ୍କ ଶରଣରୁ ମିଳିଥାଏ ଆଶୀର୍ବାଦ । ଆଉ ରୋଗ ଭଲ ହୋଇଥିଏ ବୋଲି ବିଶ୍ୱାସ ରଖିଥାନ୍ତି ରୋଗୀ ।

Exit mobile version