Site icon Awaj Media

ବହୁବିଧ ସେବାକାର୍ଯ୍ୟ କରି ଜନ୍ମ ଦିନ ପାଳିଲେ ଯୁବ ସଂଗଠକ ଶଶୀ ଭୂଷଣ : ସବୁଠି ଉଚ୍ଚ ପ୍ରଶଂସା !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ବିଶ୍ଵ ଭିନ୍ନକ୍ଷମ ଦିବସରେ ନିଆରା ଢ଼ଙ୍ଗରେ ଦିବ୍ୟାଙ୍ଗ ମାନଙ୍କ ସହ ଜନ୍ମ ଦିନ ପାଳିଲେ ବାରଙ୍ଗ ବ୍ଲକ ନଗରୀ ପଞ୍ଚାୟତ ଅନ୍ତର୍ଗତ ଅରଡ଼ିଆପଦା ଗ୍ରାମର ଯୁବ ସଂଗଠକ ତଥା ରାଜନୀତିଜ୍ଞ ଶଶୀଭୂଷଣ ଦାଶ । ୩୧ ତମ ଜନ୍ମଦିନରେ ଶଶୀ ଭୂଷଣ ଦାଶ ପ୍ରଥମେ ମେଡ଼ିକାଲରେ ଜଣେ ରୋଗୀଙ୍କୁ ରକ୍ତଦାନ କଲାପରେ କଟକ ସିଡ଼ିଏ ଚିଦାନନ୍ଦ ସରସ୍ଵତୀ ଟ୍ରଷ୍ଟ ଦ୍ଵାରା ପରିଚାଳିତ ଭିନ୍ନକ୍ଷମ ବିଦ୍ୟାଳୟରେ ପିଲାମାନଙ୍କ ସହ କେକ କାଟି ଓ ଖାଦ୍ୟର ବ୍ୟବସ୍ଥା କରି ଖୁବ୍ ଖୁସି ଅନୁଭବ କରିଥିଲେ । ଅଜିତ କୁମାର ଦାସ, ନିରଂଜନ ମହାନ୍ତି, ଦୀପକ ରଂଜନ ନାଥ, ଚନ୍ଦନ ଭଗତ, ଚିରଂଜନ ସାହୁ, ଅନୁପମ ପୃଷ୍ଟି, ଶକ୍ତି ପ୍ରସାଦ ମହାପାତ୍ର, ଆନନ୍ଦିମୟୀ ବାରିକ, ଐଶ୍ୱରୀୟ ରଥ, ପ୍ରତୁଷ ଶତପଥୀ, ପିଙ୍କୁ ପୃଷ୍ଟି ପ୍ରମୁଖ କାର୍ଯକ୍ରମ ପରିଚାଳନା କରିଥିଲା ବେଳେ ବରିଷ୍ଠ ସାମ୍ବାଦିକ ଲଳିତ କୁମାର ଦାଶ, ଅଜୟ କୁମାର ଦାଶ, କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ସମାଜସେବୀ ଅରୁଣ କୁମାର ସାହୁ, ପଣ୍ଡିତ ଅଜୟ କୁମାର ପତି, ଉପେନ୍ଦ୍ରନାଥ ତ୍ରିପାଠୀ, ଅଜୟ କୁମାର ବେଉରା,ବରଦା ପ୍ରସାଦ ବେଉରା, ଧୂରେନ୍ଦ୍ର ନାଥ,ଦିଲ୍ଲିପ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ଶଶୀଭୂଷଣ ଜନ୍ମ ଦିନକୁ ଭିନ୍ନକ୍ଷମ ପିଲାମାନଙ୍କ ସହ ପାଳନ କରିଥିବାରୁ ତାଙ୍କୁ ଅଞ୍ଚଳବାସୀ ଉଚ୍ଚ ପ୍ରଶଂସା କରିବା ସହ ଯୁବ ବର୍ଗଙ୍କ ପାଇଁ ଉଦାହରଣ ହୋଇଛନ୍ତି ବୋଲି କହିଥିଲେ ।

Exit mobile version