Site icon Awaj Media

ଖାଉଟି ଙ୍କ ସୁବିଧା ପାଇଁ ଡିଲର ନିଯୁକ୍ତି ନିମନ୍ତେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବୀ କଲେ ସ୍ଥାନୀୟ ବାସିନ୍ଦା !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶୁଭ୍ରାଂଶୁ ଶୁଭମୟ ମହାନ୍ତି : ପୁରୁଣା ଭୁବନେଶ୍ୱର ଏକଷଠି ନମ୍ବର ୱାର୍ଡରେ ଖାଉଟି ଙ୍କ ସୁବିଧା ପାଇଁ ଡିଲର ନିଯୁକ୍ତି ନିମନ୍ତେ ଦାବୀ କଲେ ସ୍ଥାନୀୟ ବାସିନ୍ଦା । ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶହ ଶହ ମହିଳା ଏବଂ ପୁରୁଷ ଉପଭୋକ୍ତା ପହଞ୍ଚି ଦାବୀପତ୍ର ପ୍ରଦାନ ସହ ଲୋକଙ୍କ ହିତରେ ନିଷ୍ପତ୍ତି ନେବାକୁ କରିଛନ୍ତି ଅନୁରୋଧ । ପୁରୁଣା ଭୁବନେଶ୍ୱର ଏକଷଠି ନମ୍ବର ୱାର୍ଡ ର ଉପଭୋକ୍ତା କହିଛନ୍ତି ଯେ , ୱାର୍ଡରେ ରାସନ ସାମଗ୍ରୀ ବଣ୍ଟନ ନିମନ୍ତେ ନିଯୁକ୍ତି ହୋଇଥିବା ଡିଲର ଙ୍କ ପରଲୋକ ପରେ ପୂର୍ବ ନିଯୁକ୍ତ ଡିଲର ମଙ୍ଗରାଜ ସାହୁ ଙ୍କ ପୁଅ ନରେନ୍ ସାହୁ ଙ୍କୁ ସ୍ଥାୟୀ ଭାବରେ ଡିଲର ସ୍ୱିକୃତୀ ପ୍ରଦାନ କରାଯାଉ । ମଙ୍ଗରାଜ ସାହୁ ଡିଲର ଥିବା ସମୟରେ ୱାର୍ଡ ର ପ୍ରତ୍ୟେକ ଖାଉଟି ନିୟମିତ ଭାବରେ ସାମଗ୍ରୀ ପାଉଥିଲେ ! ସେ ସମୟରୁ ଅଭିଜ୍ଞାତା ଥିବାରୁ ତାଙ୍କ ପୁଅ ନାରେନ୍ ସାହୁ ସେହି କାମକୁ ସୂଚାରୁ ଭାବରେ ତୁଲାଇ ପାରିବେ ବୋଲି ଲୋକେ ଭରଷା ରଖିଛନ୍ତି , ତାଙ୍କୁ ତୁରନ୍ତ ସ୍ଵୀକୃତି ପ୍ରଦାନ କରାଯାଉ । ସ୍ଥାନୀୟ ବାସିନ୍ଦା ଙ୍କ ଦାବୀ କୁ ଗୁରୁତ୍ଵ ଦେଇ ଖୁବ୍ ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ ।

Exit mobile version