Site icon Awaj Media

ନୟାଗଡ଼ ଜିଲ୍ଲା ହିନ୍ଦୁ ସୁରକ୍ଷା ମଞ୍ଚ ତରଫରୁ ବିଶାଳ ଶୋଭାଯାତ୍ରା !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ କୁମାର ପଟ୍ଟନାୟକ : ନୟାଗଡ଼ ଜିଲ୍ଲା ହିନ୍ଦୁ ସୁରକ୍ଷା ମଞ୍ଚ ତରଫ ରୁ ବିଶାଳ ଶୋଭାଯାତ୍ରା ସ୍ଥାନୀୟ ହନୁମାନ ମନ୍ଦିର ପ୍ରାଙ୍ଗଣରୁ ବାହାରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା । ଏଥିରେ ଜିଲ୍ଲାର ବହୁ ସଂଖ୍ୟାରେ ସାଧୁ ସନ୍ଥ ଙ୍କ ସହିତ ଅନେକ ହିନ୍ଦୁ ବାଦି ସଂଗଠନର କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।ବଙ୍ଗଳାଦେଶ ରେ ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ହଜାର ହଜାର ସଂଖ୍ୟାରେ ହିନ୍ଦୁ ଆଜି ଘରୁ ବାହାରି ରାଜରାସ୍ତାକୁ ଓହ୍ଲାଇଥିଲେ । ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା ।

Exit mobile version