Site icon Awaj Media

ଓଢ଼ଣ ଷଷ୍ଠୀରେ ଘୋଡ଼ଲାଗି ହେଲେ ମା ଭଗବତୀ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ମାର୍ଗଶୀର ଶୁକ୍ଳ ଷଷ୍ଠୀ ଓଢ଼ଣ ଷଷ୍ଠୀ ଭାବରେ ସମଗ୍ର ଉତ୍କଳର ଦେବା ଦେବୀଙ୍କ ପୀଠରେ ପାଳନ କରାଯାଏ I ଏହିଦିନ ଠାରୁ ଶ୍ରୀପଞ୍ଚମୀ ପର୍ଯ୍ୟନ୍ତ୍ର ଦେବାଦେବୀମାନେ ଶୀତବସ୍ତ୍ର ପରିଧାନ କରିବାର ପରମ୍ପରା ପୁରାଣ ଯୁଗରୁ ପ୍ରଚଳିତ ହୋଇଆସିଛି ଯାହାକୁ ଘୋଡ଼ଲାଗି ବୋଲି ମଧ୍ୟ କୁହାଯାଏ |। ମାନବୀୟ ଲୀଳାର ପ୍ରତୀକ ଏହିପର୍ବ ଶ୍ରୀକ୍ଷେତ୍ରରେ ପ୍ରଭୁ ଶ୍ରୀ ଜଗନ୍ନାଥ ଘୋଡ଼ଲାଗି ବେଶ ଧାରଣ କରିବା ପରି ବାଣପୁରର ମା’ ଭଗବତୀ ମଧ୍ୟ ଏହି ଦିନଠାରୁ ଘୋଡ଼ଲାଗି ବା ଶୀତବସ୍ତ୍ର ଘୋଡ଼େଇ ବେଶ ଧାରଣ କରି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବାର ପରମ୍ପରା ଚ଼ଳିଆସିଛି । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ କଟକରୁ ବରିଷ୍ଠ ଆଡ଼ଭୋକେଟ୍ ଶ୍ରୀଯୁକ୍ତସୂର୍ଯ୍ୟ ପ୍ରସାଦ ମିଶ୍ର ମା’ଙ୍କ ପାଇଁ ଶୀତବସ୍ତ୍ର ଶ୍ରଦ୍ଧାଳୁଭେଟିନାଥ ଜେନାଙ୍କ ହାତରେ ପଠାଇଥିଲେ ।ମନ୍ଦିର କାର୍ଯ୍ୟାଳୟରୁ ପ୍ରସ୍ତୁତ ଘୋଡ଼ ଓ ଧଳାଶାଢ଼ି ସହିତ ଉକ୍ତ ଶୀତବସ୍ତ୍ରକୁ ପରିଚ୍ଛା ସାଆନ୍ତ କୃତିବାସ ମହାପାତ୍ର, ପାଳିଆମାଳି ସଂଜୟ ନାୟକ ଓ ପବିତ୍ରନାୟକ, ମନ୍ଦିର କର୍ମଚ଼ାରୀ ଅଶ୍ୱିନୀ ମିଶ୍ର ଗ୍ରହଣ କରି ଅଧିବାସ ପରେ ମା’ଙ୍କୁଲାଗି କରାଇଥିଲେ । ଆଜିଠାରୁ ପ୍ରତିଦିନ ବଡ଼ସିଂହାର ବେଶରେ ମା’ଘୋଡ଼ଲାଗି ହୋଇ ରାତ୍ର ଧୂପ ଆଳତି ପରେ ପହୁଡ଼ଯିବେ।

Exit mobile version