କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ବର୍ତମାନ ଆଧୁନିକତା ଯୁଗରେ ବି ଫୁଟବଲ ଖେଳକୁ ପ୍ରାଧାନ୍ୟ ଦେଉଛି ଗ୍ରାମାଞ୍ଚଳ । ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ରେ । ଯେଉଁଠି କ୍ରିକେଟ ଅନ୍ୟ ଖେଳ ର ପ୍ରାଧାନ୍ୟ କୁ ହ୍ରାସ କରି ଦେଉଛି , ସେଠି ଡେରାବିଶ ବ୍ଲକ ଜୟ ଦୁର୍ଗା ଫୁଟବଲ ଆସୋସିଏସନ ଏହାକୁ ଉଜ୍ଜିବିତ କରି ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା କରି ଗ୍ରାମାଞ୍ଚଳ ରେ ଏହାକୁ ବହୁ ପରିମାଣରେ ଲୋକାଭିମୁଖୀ କରିପାରିଛି । ଆଜି ଉଦଘାଟନି ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ମନୀଷା ପଣ୍ଡା, ମୁଖ୍ୟ ବକ୍ତା ରୂପେ ସୁଭାଷ ପଣ୍ଡା, ସୁବାଷ ଦାସ ଉପସ୍ଥିତ ରହି ଖେଳାଳିଙ୍କ ମନୋବଳ ବଢ଼ାଇଥିଲେ । ଉକ୍ତ ସଭାକୁ ଜୟ ଦୁର୍ଗା ଫୁଟବଲ ଆସୋସିଏସନ ର ସଭାପତି ନୃସିଂହ ଚରଣ ନାୟକ ଓ ଉପ ସଭାପତି ବାବୁଲି ସ୍ୱାଇଁ ପରିଚାଳନା କରିଥିଲେ । ଆଜିର ଉଦଘାଟନୀ ମ୍ୟାଚ ରେ ବ୍ରହ୍ମପୁର କୁ 1-0 ଗୋଲ ରେ ହରାଇ କଟକ ବିଜେତା ହୋଇଥିଲା। କଟକ ଟିମର ରାଜା ମ୍ୟାନ ଅଫ ଦି ମ୍ୟାଚ ପୁରସ୍କୃତ ହୋଇଥିଲେ ।
ଗ୍ରାମାଞ୍ଚଳ ରେ ବୁଡି ଯାଉଥିବା ଅସ୍ତିତ୍ବକୁ ବଞ୍ଚାଇ ରଖିଛନ୍ତି ଜୟ ଦୁର୍ଗା ଫୁଟବଲ ଆସୋସିଏସନ !!!

