Site icon Awaj Media

ଜିଲ୍ଲା ଶିଳ୍ପ କେନ୍ଦ୍ର କାର୍ଯ୍ୟାଳୟ ସଭାଗୃହରେ ଉଦ୍ୟୋଗୀ ବିକାଶ ତାଲିମ ଶିବିର ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଶିଳ୍ପ କେନ୍ଦ୍ର କାର୍ଯ୍ୟାଳୟର ସଭାଗୃହ ଠାରେ ILO ଏବଂ ITD ଉଭୟଙ୍କ ମିଳିତ ସଂଯୋଜନାରେ ଉଦ୍ୟୋଗୀ ବିକାଶ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ 12 ଦିନ ଧରି ଚାଲିବ। ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଉଛି ଗଜପତି ଜିଲ୍ଲାରେ ନୂତନ ଉଦ୍ୟୋଗୀ ସୃଷ୍ଟି କରିବା। ILO ପ୍ରଶିକ୍ଷକ ନାଥନିୟାଲ ପରିଚ୍ଛାଙ୍କ ସଂଯୋଜନା ଓ ପ୍ରୟାସରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି। 30 ଜଣଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ଭଲ ଉଦ୍ୟୋଗୀ ହେବା ପାଇଁ ଏମ୍ ବି ଏ , ବି ଟେକ୍ ଓ ଉଚ୍ଚ ଶିକ୍ଷିତ ଯୁବକ ଯୁବତୀ ପ୍ରଶିକ୍ଷଣ ନେଉଛନ୍ତି ।

Exit mobile version