Site icon Awaj Media

ଉଦଘାଟିତ ହୋଇଯାଇଛି ଦେବଗିରି ଉତ୍ସବ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଉଦଘାଟିତ ହୋଇଯାଇଛି ଦେବଗିରି ଉତ୍ସବ । ଗଜପତି ଜିଲ୍ଲା ଗୁମ୍ମା ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ଦେବଗିରି ଉତ୍ସବ ଉଦଘାଟିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜୀ ତିରୁପତି ରାଓ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦଘାଟନ କରିଥିଲେ । ଜିଲ୍ଲାର କଳା ସଂସ୍କୃତି ଓ ପରମ୍ପରାକୁ ଉଦଜିବିତ କରିବା ହେଉଛି ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ । ଏହି କାର୍ଯ୍ୟକ୍ରମରେ ପାରଳା ବିଧାୟକ ଇଂ ରୂପେଶ ପାଣିଗ୍ରାହୀ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଡକ୍ଟର ଗୁଣନିଧି ନାୟକ, ବ୍ଳକ ଅଧ୍ୟକ୍ଷ। ସୁନେମି ମଣ୍ଡଳ, ପାରଳା ପୋୖର ପରିଷଦ ଅଧ୍ୟକ୍ଷ। ନିର୍ମଳା ସେଠୀ, ପ୍ରକଳ୍ପ ପ୍ରଶାସକ ଅଂଶୁମାନ ମହାପାତ୍ର, ଅତିରିକ୍ତ କାର୍ଯ୍ୟ ନିର୍ବାହି ଅଧିକାରୀ ପୃଥିରାଜ ମଣ୍ଡଳ , ତହସିଲଦାର ଦେବୀ ପ୍ରସାଦ, ବିଡ଼ିଓ ଲୋକନାଥ ଶବର, ସମିତି ସଭ୍ୟ ସଭ୍ୟା, ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ । ବ୍ଳକ ଅଫିସରୁ ଉତ୍ସବ ମସାଲ ଯାତ୍ରା ବାହାରି ହାଇସ୍କୁଲରେ ପହଞ୍ଚିଥିଲ। ! ଏହି ଅବସରରେ ବିଭିନ୍ନ ଅନୁଷ୍ଠାନର କଳାକାର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ !

Exit mobile version