ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା କାଶୀ ନଗର ବ୍ଳକ ଅନ୍ତର୍ଗତ ବାରଣାସୀ ହାଇସ୍କୁଲରେ ବାରଣାସୀ ମହୋତ୍ସବ ଉଦଯାପିତ ହୋଇଯାଇଛି ।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପାରଳା ବିଧାୟକ ଇଂଜିନିୟର ରୂପେଶ କୁମାର ପାଣିଗ୍ରାହୀ, ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜୀ ତିରୁପତି ରାଓ, ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାଶ, ବିଜ୍ଞାପିତ ଅଞ୍ଚଳ ଅଧ୍ୟକ୍ଷା ଏମ୍ ସୁଧାରାଣୀ , ବ୍ଳକ ଅଧ୍ୟକ୍ଷା ଵାଲା ସାୟାମ୍ମା, ଉପଜିଲ୍ଲାପାଳ ଅନୁପ ପଣ୍ଡା, ବିଡ଼ିଓ ଡ଼ମ୍ବୁରୁଧର ମଲ୍ଲିକ, କାଶୀ ନଗର ତହସିଲଦାର, ଅତିରିକ୍ତ ତହସିଲଦାର ତ୍ରିନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାର କଳାସଂସ୍କୃତି ଓ ପରମ୍ପରାକୁ ଉଦଜିବିତ କରିବା ହେଉଛି ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ । ଏହି ଅବସରରେ ବିଭିନ୍ନ ଅନୁଷ୍ଠାନ ଓ ପଞ୍ଚାୟତର କଳାକାରମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଉଦଯାପିତ ହେଲା ବାରଣସୀ ମହୋତ୍ସବ !!!

