ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଶିଳ୍ପ କେନ୍ଦ୍ର କାର୍ଯ୍ୟାଳୟର ସଭାଗୃହ ଠାରେ ILO ଏବଂ ITD ଉଭୟଙ୍କ ମିଳିତ ସଂଯୋଜନାରେ ଉଦ୍ୟୋଗୀ ବିକାଶ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ 12 ଦିନ ଧରି ଚାଲିବ । ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଉଛି ଗଜପତି ଜିଲ୍ଲାରେ ନୂତନ ଉଦ୍ୟୋଗୀ ସୃଷ୍ଟି କରିବା । ILO ପ୍ରଶିକ୍ଷକ ନାଥନିୟାଲ ପରିଚ୍ଛାଙ୍କ ସଂଯୋଜନା ଓ ପ୍ରୟାସରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ 30 ଜଣଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ଭଲ ଉଦ୍ୟୋଗୀ ହେବା ପାଇଁ ଏମ୍ ବି ଏ , ବି ଟେକ୍ ଓ ଉଚ୍ଚ ଶିକ୍ଷିତ ଯୁବକ ଯୁବତୀ ପ୍ରଶିକ୍ଷଣ ନେଉଛନ୍ତି ।
ଜିଲ୍ଲା ଶିଳ୍ପ କେନ୍ଦ୍ର କାର୍ଯ୍ୟାଳୟ ସଭା ଗୃହରେ ଉଦ୍ୟୋଗୀ ବିକାଶ ତାଲିମ ଶିବିର ଅନୁଷ୍ଠିତ !!!

