Site icon Awaj Media

ବଦଳି ଆଦେଶକୁ ବାତିଲ ନକରିବାକୁ ଦାବି !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡା ଜିଲ୍ଲାରେ ଥିବା କୋରୁଆ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକଙ୍କ ବଦଳି ଆଦେଶକୁ ବାତିଲ ନକରିବାକୁ ଦାବି । ଏହି ବିଦ୍ୟାଳୟରେ ସୌମେନ୍ଦ୍ର ସେଠି ଦୀର୍ଘ ୨୦ ବର୍ଷ ଧରି ସରକାରୀ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ । ବିଦ୍ୟାଳୟରେ ବିଭିନ୍ନ ପ୍ରକାର ଅନୈତିକ କାର୍ଯ୍ୟକ୍ରମ କରୁଥିବାରୁ ଏହାର ଅଭିଯୋଗ ମାନ୍ୟବର ମନ୍ତ୍ରୀ ଗଣଶିକ୍ଷା ବିଭାଗଙ୍କୁ ଦିଆଯାଇଥିଲା ଏବଂ ଉକ୍ତ ଅଭିଯୋଗ ଆଧାରରେ ଜିଲ୍ଲାପାଳ ତଦନ୍ତ କରିଥିଲେ , ତଦନ୍ତରେ ଅଭିଯୁକ୍ତ ପ୍ରମାଣିତ ହେଲା ପରେ ତାଙ୍କୁ ଅନ୍ୟତ୍ର ଡେପୁଟେସନ କରାଯାଇଥିଲା । ଉକ୍ତ ଡେପୁଟେସନ ଅର୍ଡର କୁ ବାତିଲ କରି ପୁନର୍ବାର କୋରୁଆ ସରକାରୀ ଉଚ୍ଚବିଦ୍ୟାଳୟ କୁ ଫେରାଇ ଆଣିବାକୁ ହୀନ ପ୍ରଚେଷ୍ଟା ଚାଲୁଥିବା ଖବର ପାଇ ସ୍ଥାନୀୟ ବାସିନ୍ଦା ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେବା ସହ ଉକ୍ତ ଦୋଷୀ ସାବ୍ୟସ୍ତ ଶିକ୍ଷକକୁ ଉକ୍ତ ବିଦ୍ୟାଳୟକୁ ଫେରାଇ ନଆଣି ଅନ୍ୟ ୨ ଜଣ ଶିକ୍ଷକଙ୍କୁ କୋରୁଆ ସରକାରୀ ଉଚ୍ଚବିଦ୍ୟାଳୟକୁ ବଦଳି କରିବା ପାଇଁ ଦାବି କରିଛନ୍ତି ।

Exit mobile version