Site icon Awaj Media

ରଥଯାତ୍ରାର ଆଦ୍ୟ ପର୍ବ ଆରମ୍ଭ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ କୁମାର ପଟ୍ଟନାୟକ : ରଥଯାତ୍ରାର ଆଦ୍ୟ ପର୍ବ ଆରମ୍ଭ ହୋଇଛି । ଆସନ୍ତାବର୍ଷ ରଥଯାତ୍ରା ପାଇଁ ଆବଶ୍ୟକ ରଥ କାଠ କାଟିବାକୁ ଅନୁମତି ଦେବା ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନର ୩ ଜଣିଆ ଦଳ ଆଜି ମହାପ୍ରଭୁଙ୍କ ମାଳ, ମାହାର୍ଦ , ଲାଗି ଖଣ୍ଡୁଆ, ନଡ଼ିଆ ଆଦି ନେଇ ନୟାଗଡ଼ ବନଖଣ୍ଡ ଅଧିକାରୀଙ୍କୁ ଭେଟିବା ସହ ରଥ କାଠ ଅନୁକୂଳର ପ୍ରାକ୍ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ନୟାଗଡ଼ ବନଖଣ୍ଡ ଅଧୀନ ଗଣିଆ ବନାଞ୍ଚଳ ବଡ଼ମୂଳସ୍ଥିତ ବନଦେବୀ ବଡରାଉଳ ପୀଠରେ ଭବ୍ୟ ପୂଜାର ଆୟୋଜନ କରାଯାଇଛି । ଏହି ଅବସରରେ ବଡ଼ରାଉଳ ଠାକୁରାଣୀଙ୍କୁ ମହାପ୍ରଭୁଙ୍କ ମାଳ, ମାହାର୍ଦ ସହ ଲାଗି ଖଣ୍ଡୁଆ, ନଡ଼ିଆ ଆଦି ସମର୍ପଣ କରାଯିବ ଏବଂ ନୟାଗଡ ବନଖଣ୍ଡରୁ ରଥଯାତ୍ରାରେ ତିନିରଥ ପାଇଁ ଆବଶ୍ୟକ କାଠ କାଟିବାର ଅନୁମତି ମଗାଯିବ ! ଏହି ଉପଲକ୍ଷେ ଆଜି ଶ୍ରୀମନ୍ଦିର ପ୍ରଶାସନର ପ୍ରତିନିଧି ଭାବେ ରଥର ବରିଷ୍ଠ ତତ୍ଵାବଧାରକ ସୁଦର୍ଶନ ମେକାପ , ରଥ ଅମିନ ଲକ୍ଷ୍ମଣ ମହାପାତ୍ର ଓ ଭୋଇ ସର୍ଦ୍ଧାର ରବି ଭୋଇ ମାଳ ମହାର୍ଦ ଆଦି ନେଇ ନୟାଗଡ଼ ଆସିଛନ୍ତି । ଶ୍ରୀମନ୍ଦିର ପ୍ରଶାସନର ସୂଚନା ମୁତାବକ, ରଥ ନିର୍ମାଣ ପାଇଁ ସମୁଦାୟ ୮୬୫ ଖଣ୍ଡ ଅସନ, ଧଉରା, ଫାସି, ଶିମିଳି କାଠର ଆବଶ୍ୟକ ଥିବାବେଳେ ଗତ ବର୍ଷର ବଳକା ୫୧ ଖଣ୍ଡ କାଠ ଅଛି । ଏହି କାଠ ଗୁଡିକ ସୁରକ୍ଷିତ ଓ ଭଲ ଥିବାରୁ ଏହି ୫୧ ଖଣ୍ଡକୁ ବାଦ ଦେଇ ଆଉ ଆବଶ୍ୟକ ୮୧୪ ଖଣ୍ଡ କାଠ କାଟିବାକୁ ନିଷ୍ପତି କରାଯାଇଛି । ଏହି ଗଛ ଗୁଡିକ ଯେଉଁଠାରେ ଅଛି , କଟାଯିବା ସମୟରେ ଲୋକଙ୍କ ଘରବାରି ଓ ବିଦ୍ୟୁତ ତାର ରାସ୍ତା କୌଣସି ପ୍ରକାର ଅଘଟଣ ନଘଟିବା ପାଇଁ ବନଖଣ୍ଡ ଅଧିକାରୀଙ୍କ ଦୃଷ୍ଟି ରହିବା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି !

Exit mobile version