Site icon Awaj Media

ରକ୍ତଦାତା ସର୍ବେଶ୍ଵର ସାହୁ ସମ୍ବର୍ଦ୍ଧିତ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ରକ୍ତଦାତା ସର୍ବେଶ୍ଵର ସାହୁ ସମ୍ବର୍ଦ୍ଧିତ ! ଡମପଡ଼ା ବ୍ଲକ୍ ଅନ୍ତର୍ଗତ ଦୁଲଣାପୁର ଗ୍ରାମ ର ଯୁବ ରକ୍ତଦାତା ସର୍ବେଶ୍ଵର ସାହୁ ଙ୍କୁ “2024 ସେବା ସମ୍ମାନ” ପ୍ରଦାନ କରାଯାଇଛି। ଭୁବନେଶ୍ୱର ସ୍ଥିତ ବୁଲନ ଭାଇ ସେବା ସଦନ ପିରିସରରେ ସାମାଜିକ ଅନୁଷ୍ଠାନ ଆମ ପରିବାର ପକ୍ଷରୁ “ଏକ ସୁସ୍ଥ ସମାଜର ପରିକଳ୍ପନା “କୁ ନେଇ” ସୁପର ଚିଫ ମିନିଷ୍ଟର” ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଥିଲା ! ଓଡ଼ିଶା ସମାଜସେବୀ ମହାସଂଘର ସଭାପତି ନାରାୟଣ ଚନ୍ଦ୍ର ଓଝା ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଆଧ୍ୟାତ୍ମିକ ଗୁରୁ ବିଜୟାନନ୍ଦଜୀ , ପୂର୍ବତନ ସାଂସଦ ଡଃ ପ୍ରସନ୍ନ ପାଟ୍ଟଶାଣୀ, ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ର, ପୂର୍ବତନ ବିଧାୟକ ସୁରେଶ କୁମାର ରାଉତରାୟ, ସମାଜସେବୀ ବିନ୍ଦୁଜା ଉପାଧ୍ୟାୟ, କଳିଙ୍ଗ ସେନା ମୁଖ୍ୟ ହେମନ୍ତ ରଥ, ଅଭିନେତା ମିଟୁ ମିଥୁନ, ସମାଜସେବୀ ବନ୍ଦନା ହରିଚନ୍ଦନ, ସାମ୍ବାଦିକ ହେମନ୍ତ ସିଂ ପ୍ରମୂଖ ଉପସ୍ଥିତ ରହି ଶ୍ରୀ ସାହୁ ଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସୂଚନାଯୋଗ୍ୟ ଶ୍ରୀ ସାହୁ ଜରୁରୀ କାଳୀନ ପିରିସ୍ଥିତିରେ 35 ରୁ ଉର୍ଦ୍ଧ୍ବ ଥାଲାସେମିଆ ଓ କର୍କଟ ରୋଗୀ ଙ୍କୁ ରକ୍ତଦାନ କରି ଆସୁଛନ୍ତି । ଶ୍ରୀ ସାହୁ ଙ୍କୁ ସେବା ସମ୍ମାନ 2024 ପ୍ରଦାନ କରାଯାଉଥିବାରୁ, ଜନମଙ୍ଗଳ ପରିଷଦର ସଭାପତି ଅଲେଖ ଚନ୍ଦ୍ର ଜେନା, ସମାଜସେବୀ ମୁକେଶ ରାଉତ, ସୂଚନା ଅଧିକାର କର୍ମୀ ଦାଶରଥି ପଢିଆରୀ ପ୍ରମୁଖ ଶ୍ରୀ ସାହୁ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Exit mobile version