Site icon Awaj Media

ବାଲିଗୁଡା : ଗ୍ୟାସ ଟାଙ୍କି ଫାଟି ଚିକେନ ଦୋକାନୀ ଗୁରୁତର !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହି : ଚିକେନ ଦୋକାନ ଭିତରେ ଗ୍ୟାସ ଟାଙ୍କି ଫାଟି ଜଣେ ଗୁରୁତର ! ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି, କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବାଟାଗୁଡ଼ା ଗ୍ରାମରେ ! ସୂଚନା ମୁତାବକ ପ୍ରତ୍ୟେକ ଦିନ ଭଳି ଆଜି ମଧ୍ୟ ଚିକେନ୍ ଦୋକାନୀ ରତନ ଦିଗାଲ ଚିକେନ କରିବା ପାଇଁ ପାଣି ଗରମ କରୁଥିବା ବେଳେ ହଠାତ୍ ଗ୍ୟାସ ହାଣ୍ଡି ଫାଟି ଯାଇଥିଲା , କିଛି ବୁଝିବା ଆଗରୁ ଏତେ ବଡ଼ ଦୁର୍ଘଟଣା ଘଟିଛି । ଦୋକାନୀ ଜଣକ ଯଦିଓ ଗୁରୁତର ଆହତ ହୋଇଛନ୍ତି, କିନ୍ତୁ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଦୋକାନୀ ଜଣକ ବାଟାଗୁଡା ପଞ୍ଚାୟତ ପାଲୁମକିଆ ଗାଁର ରତନ ଦିଗାଲ ବୋଲି ଜଣାପଡିଛି । ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଅଟୋ ଯୋଗେ ତାଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ଆଣି ଭର୍ତ୍ତି କରାଇଥିଲେ । ବର୍ତ୍ତମାନ ସେ ଚିକିତ୍ସିତ ଥିବା ଜଣାପଡିଛି । ଖବର ପାଇ ବାଲିଗୁଡ଼ା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା । ବାଲିଗୁଡ଼ା ପୁଲିସ୍ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି କିଭଳି ପରିସ୍ଥିତିରେ ଏଭଳି ଘଟଣା ଘଟିଛି ସେ ନେଇ ତଦନ୍ତ କରୁଥିବା ଜଣାପଡିଛି । ବର୍ତ୍ତମାନ ଏଭଳି ଦୁର୍ଘଟଣା ହେବା ପରେ ଅଞ୍ଚଳର ଭୟର ବାତାବରଣ ସୃଷ୍ଟି ହେଉଛି ।

Exit mobile version