ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ମହିଳା ମାନଙ୍କ ଉପରେ ହେଇଥିବା ଲିଙ୍ଗ ଭିତ୍ତିକ ହିଂସା ର ପରିସମାପ୍ତି ନିମନ୍ତେ ଏକ ରାଷ୍ଟ୍ରୀୟ ଅଭିଯାନ ନଭେମ୍ୱର ମାସ ୨୫ ତାରିଖ ରୁ ଆରମ୍ଭ ହୋଇସାରିଛି। ଏହି ପରିପ୍ରେକ୍ଷୀରେ ରେ ଓଡ଼ିଶା ଜୀବିକା ମିଶନ ଏବଂ ଜିଲ୍ଲା ପ୍ରଶାସନ ତରଫ ରୁ ତା ୧୯/୧୨/୨୪ ରିଖ ଗୁରୁବାର ଦିନ ଜିଲ୍ଲା ଅଧିକାରୀ, ସ୍ବେଛାସେବୀ ଅନୁଷ୍ଠାନ,ବିଭିନ୍ନ ବ୍ଲକ ରୁ ଆସିଥିବା MBK, CRP-CM ଏବଂ ମହିଳା ସଂଗଠନ ମାନଙ୍କର ଏକ ବିଶାଳ ଶୋଭା ଯାତ୍ରା ଜିଲ୍ଲା ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରୁ ପାରଳାଖେମୁଣ୍ଡି ମଡେଲ ପୋଲିସ ଷ୍ଟେସନ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ଆୟୋଜନ କରାଯାଇଥିଲା। ଲିଙ୍ଗ ଭିତ୍ତିକ ହିଂସା ରୁ ସୁରକ୍ଷା ନିମନ୍ତେ ବିଭିନ୍ନ ସଚେତନତା ମୂଳକ ସ୍ଲୋଗାନ ଦେଇ ଏହି ଅଭିଯାନ ଶପଥ ପାଠ ପରେ ସମାପ୍ତ ହୋଇଥିଲା। ଅଭିଯାନ ପରେ ଜିଲ୍ଲା ପଞ୍ଚାୟତ ସମିତି ସଭାଗୃହ ଠାରେ ମହିଳା ମାନଙ୍କୁ କର୍ମ କ୍ଷେତ୍ରରେ ଯୌନ ଉତ୍ପୀଡନ ରୁ ସୁରକ୍ଷା ଅଧିନିୟମ ବିଷୟ ରେ ସଚେତନ କରିବା ନିମନ୍ତେ ଏକ ଜିଲ୍ଲା ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଏବଂ ଜିଲ୍ଲା ସ୍ତରୀୟ ସମନ୍ୱୟ ବୈଠକ ର ଆୟୋଜନ କରାଯାଇଥିଲା। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଯତୀନ୍ଦ୍ର କୁମାର ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ବୈଠକ ରେ ନିମ୍ନ ଲିଖିତ ଅଧିକାରୀ ଏବଂ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ। ଜିଲ୍ଲା ରେ ନିଜର କର୍ମକ୍ଷେତ୍ରରେ ମହିଳା ମାନଙ୍କ ଅଧିକାର ପାଇଁ ଉଲ୍ଲେଖନୀୟ ଅବଦାନ ରହିଥିବା ମହିଳା ମାନଙ୍କୁ Gender Champion ଭାବରେ ସମ୍ମାନିତ କରାଯାଇଥିଲା। କାର୍ଯକ୍ରମ ଟି DPM OLM ଙ୍କ ଦ୍ଵାରା ପରିଚାଳିତ ଏବଂ ଧନ୍ୟବାଦ ଅର୍ପଣ ସହ ସମାପନ କରାଯାଇଥିଲା
ଲିଙ୍ଗ ଭିତ୍ତିକ ହିଂସା ର ପରିସମାପ୍ତି ନିମନ୍ତେ ରାଷ୍ଟ୍ରୀୟ ଅଭିଯାନ !!!

