Site icon Awaj Media

ସରପଞ୍ଚ ହେଲେ ନାଏବ ସରପଞ୍ଚ !!!

Spread the love

ବରଗଡ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ଅନାସ୍ଥା ଭୋଟ ରେ ବିଜୟୀ ହୋଇ , ସରପଞ୍ଚ ହେଲେ ନାଏବ ସରପଞ୍ଚ ! ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ତାଲପାଲି ଗ୍ରାମପଞ୍ଚାୟତ ର ସରପଞ୍ଚ ଆସନ ଗ୍ରହଣ କଲେ ବର୍ତମାନ ର ନାଏବ ସରପଞ୍ଚ ସଂଜୀବ କୁମା ର ସାହୁ ! ଗତ ଅନାସ୍ଥା ଭୋଟ ରେ ବିଜୟୀ ହେଇ ଏହି ସରପଞ୍ଚ ପଦ ପାଇଛନ୍ତି , ଏହି କାର୍ଯ୍ୟକ୍ରମ ରେ ଗ୍ରାମପଞ୍ଚାୟତ ର ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ ! ତାଙ୍କ ସହିତ ଥିଲେ ପୂର୍ବତନ ସରପଞ୍ଚ ଚୈତନ ସାହୁ , ଅଲେଖ ପ୍ରଧାନ, ବିଦ୍ୟାଧର ସାହୁ, ବୃନ୍ଦାବନ ସାହୁ, ମାନଭଞ୍ଜନ ସାହୁ, ମନୋଜ ସାହୁ, ଭଗବାନ ପଟେଲ ଓ ବିରେନ ମହାପାତ୍ର ! ତାଲପାଲି ଗ୍ରାମପଞ୍ଚାୟତ ର ସର୍ବାଙ୍ଗୀନ ଉନ୍ନତି ପାଇଁ ସେ ଚେଷ୍ଟା କରିବେ ବୋଲି ପ୍ରତିକ୍ରିୟା ରଖଛନ୍ତି !

Exit mobile version