Site icon Awaj Media

ନବ ନିର୍ମାଣ କୃଷକ ସଙ୍ଗଠନ ଗଜପତି ଜିଲ୍ଲା ପକ୍ଷରୁ କପାଚାଷୀ ଓ ଧାନ ଚାଷୀମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗୋଶାଣୀ ବ୍ଳକ ଓ ରାୟଗଡ ବ୍ଳକର କପା ଚାଷୀ ଓ ଧାନ ଚାଷୀମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅଦିନିଆ ବର୍ଷା ଯୋଗୁଁ ଧାନ ଫସଲ ଓ କପା ଚାଷ ନଷ୍ଟ ହେବା ଯୋଗୁଁ ଚାଷୀଙ୍କୁ ସହଯୋଗ କରିବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ନିବେଦନ କରିଛନ୍ତି।ପ୍ରକାଶ ଥାଉକି ଧାର କରଜ କରି ଧାନ ଫସଲ ଓ କପା ଚାଷ କରିଥିବା ବେଳେ ଅଦିନିଆ ବର୍ଷାରେ ନଷ୍ଟ ହୋଇ ଥିବା ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଜିଲ୍ଲା ପାଳ ଙ୍କୁ ନିବେଦନ କରିଛନ୍ତି।ସେହିଭଳି ନବ ନିର୍ମାଣ କୃଷକ ସଙ୍ଗଠନ ଗଜପତି ଜିଲ୍ଲା ତରଫରୁ ଦୀର୍ଘ ଦିନ ହେଲା କପା ଚାଷର ସ୍ଥାୟୀ ମଣ୍ଡିର ସ୍ଥାପନ ରାୟଗଡ ବ୍ଳକରେ କରାଯିବା ପାଇଁ ବାରମ୍ବାର ଦାବୀ କରି ଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସମସ୍ୟାର ସମାଧାନ ହେଲା ନାହିଁ।ଖାଲି ପ୍ରତିଶ୍ରୁତି ଦେଉଛ । ଏହି ବର୍ଷ କପା ଚାଷୀଙ୍କ ଠାରୁ ପାରଳାଖେମୁଣ୍ଡି ମଣ୍ଡିରେ ବିନା କଟନୀ ଛଟନୀରେ କପା କିଣା ନ ଯାଏ ତାହା ହେଲେ ଆମ୍ଭେ ମାନେ ବାଧ୍ୟ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି ସ୍ମାରକପତ୍ରରେ ଉଲ୍ଲେଖ ରହିଛି।

Exit mobile version