Site icon Awaj Media

ଆଞ୍ଚଳିକ ଭୂଜଳ ସମସ୍ୟା ଏବଂ ଭୂଜଳ ପରିଚାଳନା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଜିଲ୍ଲା ସ୍ତରୀୟ ଆଞ୍ଚଳିକ ଭୂଜଳ ସମସ୍ୟା ଏବଂ ଭୂଜଳ ପରିଚାଳନା ପ୍ରଶିକ୍ଷଣ ଶିବିର ଆଜି ସ୍ଥାନୀୟ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ତାଲିମ ଶିବିରରେ ଶ୍ରୀଯୁକ୍ତ ବିଜୟ କୁମାର ଦାଶ,ଜିଲ୍ଲାପାଳ ଗଜପତି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଡ଼.ଗୁଣନିଧି ନାୟକ,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଜପତି, ଶ୍ରୀଯୁକ୍ତ ରାଜ କିଶୋର ମହାନ୍ତି ଓ ଶ୍ରୀମତୀ ପୂର୍ବ ବେରା,ବରିଷ୍ଠ ବୈଜ୍ଞାନିକ , କେନ୍ଦ୍ରୀୟ ଭୂମି ଜଳ ବୋର୍ଡ଼, ଜଳ ଶକ୍ତି ମନ୍ତ୍ରଣାଳୟ ଭାରତ ସରକାର, ଶ୍ରୀଯୁକ୍ତ କେ.କର୍ଣ୍ଣାକର, ସହାୟକ ରସାୟନତତ୍ତ୍ୱ, କେନ୍ଦ୍ରୀୟ ଭୂମି ଜଳ ବୋର୍ଡ଼, ଜଳ ଶକ୍ତି ମନ୍ତ୍ରଣାଳୟ , ଭାରତ ସରକାର ଓ ଶ୍ରୀ ବିଦ୍ୟା ସାଗର ମୁଦୁଲି, ପରିଚାଳକ ଜୀବିକା ମିଶନ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ପ୍ରଶିକ୍ଷଣ ର ଉଦ୍ଦେଶ୍ୟ ହେଲା ଜିଲ୍ଲାର ଗ୍ରାମ ପଞ୍ଚାୟତ ଗୁଡ଼ିକ ଜଳ ଜୀବନ ଅଭିଯାନର ନେତୃତ୍ଵ ନେଇ ନିଜ ଗ୍ରାମକୁ ସ୍ୱଚ୍ଛ ଓ ପର୍ଯ୍ୟାପ୍ତ ଜଳ ସାଇତି ରଖିବା ନିମନ୍ତେ ପ୍ରଶିକ୍ଷଣ ପ୍ରଦାନ କରଯାଇଥିଲା। ସେହିପରି ନଦୀବନ୍ଧ ଯୋଜନା ଦ୍ବାରା ଜଳ ସଂରକ୍ଷଣ ରଖାଯିବା ନିମନ୍ତେ ପ୍ରଶିକ୍ଷଣ ପ୍ରଦାନ କରଯାଇଛି । ଏହି ପ୍ରଶିକ୍ଷଣ ଶିବିରରେ ଶ୍ରୀ ଜ୍ୟୋତିରାଜ ଅଧିକାରୀ,ଅଧିକ୍ଷଣ ଯନ୍ତ୍ରୀ, ଜଳ ସେଚନ ବିଭାଗ, ଶ୍ରୀ ସୁରେଶ ପଟ୍ଟନାୟକ, ପ୍ରକଳ୍ପ ନିର୍ଦ୍ଦେଶକ ଜଳ ବିଭାଜିକା ଗଜପତି, ଶ୍ରୀ ସୁଶାନ୍ତ ରଞ୍ଜନ ଦାସ,ଉପନିର୍ଦ୍ଦେଶକ ଉଦ୍ୟାନ,ଶ୍ରୀ ଭେଙ୍କଟ ରାଓ ଆଚାରୀ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସମସ୍ତ ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଓ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Exit mobile version