Site icon Awaj Media

ନିଳାଚଳ ସମ୍ପ୍ରସାରଣ ଜନ ଶୁଣାଣିକୁ ସ୍ଥାନୀୟ ବାସିନ୍ଦାଙ୍କ ବିରୋଧ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ବଙ୍ଗଳା ସ୍ଥିତ ଜେସିଡିଏଲ୍ ପରିସରରେ ନିଳାଚଳ ସମ୍ପ୍ରସାରଣ ଜନ ଶୁଣାଣିକୁ ସ୍ଥାନୀୟ ବାସିନ୍ଦାଙ୍କ ବିରୋଧ ! ସୁକିନ୍ଦା ବ୍ଲକ ଅନ୍ତର୍ଗତ କଳିଙ୍ଗନଗର ସ୍ଥିତ ନିଳାଚଳ କମ୍ପାନୀର କାର୍ଯ୍ୟର ସମ୍ପ୍ରସାରଣ ନେଇ ବଙ୍ଗଳା ସ୍ଥିତ ଜେସିଡିଏଲ୍ କକ୍ଷ ପରିସରରେ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତରେ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଜନ ଶୁଣାଣିକୁ ସ୍ଥାନୀୟ ବାସିନ୍ଦା ଘୋର ବିରୋଧ କରିଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ମୁତାବକ ନୀଳାଚଳ କ୍ଷମତାକୁ ସମ୍ପ୍ରସାରଣ କରାଯିବା ଫଳରେ ସ୍ଥାନୀୟ ଅଞ୍ଚଳ ପ୍ରଦୂଷିତ ହେବା ସହିତ ସ୍ଥାନୀୟ ଲୋକେ ବଞ୍ଚିବା କଷ୍ଟ ସାଧ୍ୟ ହୋଇଯିବ । ଏନେଇ ସ୍ଥାନୀୟ ଲୋକେ ଏହି ନିଳାଚଳ କମ୍ପାନୀର ସମ୍ପ୍ରସାରଣ କାର୍ଯ୍ୟକୁ ସ୍ଥାନୀୟ ଲୋକେ ଘୋର ବିରୋଧ କରିଥିବା ଦେଖିବାକୁ ମିଳିଛି ।

Exit mobile version