Site icon Awaj Media

ବଡ଼ମ୍ବା ରେ ବିଜେଡ଼ି ର ୨୮ ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ !!!

Spread the love

ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ବଡ଼ମ୍ବା ରେ ବିଜେଡ଼ି ର ୨୮ ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ! ବଡ଼ମ୍ବା ହାଟ ସ୍ଥିତ ଆଡ଼ିଆ ମହାଦେବ ମନ୍ଦିର ପରିସରରେ ବିଜେଡ଼ି ର ୨୮ ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ବଡ଼ମ୍ବା ନିର୍ବାଚନ ମଣ୍ଡଳୀ ର ପୁର୍ବତନ ବିଧାୟକ ଦେବୀ ପ୍ରାସାଦ ମିଶ୍ର ଯୋଗଦେଇ ପ୍ରଥମେ ବିଜୁବାବୁ ଙ୍କ ଫଟୋଚିତ୍ର ରେ ପୁଷ୍ପ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ । ଏହି ପ୍ରତିଷ୍ଠା ଦିବସ ରେ ବଡ଼ମ୍ବା ବ୍ଲକ୍ ସଭାପତି ରବୀନ୍ଦ୍ର କୁମାର ସାହୁ ସଭାପତିତ୍ଵ କରିଥିବା ବେଳେ ବରିଷ୍ଠ ବିଜେଡ଼ି ନେତା ସରୋଜ ପଟ୍ଟନାୟକ, ସଦାନନ୍ଦ ସ୍ୱାଇଁ, ଜିଲ୍ଲା ପରିଷଦ ସଭ୍ୟା ଜୟଶ୍ରୀ ବରାଳ, ସୁବାଷ ସାହୁ, ଅଶୋକ ଜଗଦେବ,ଗୋପୀନାଥପୁର ପଞ୍ଚାୟତ ସରପଞ୍ଚ ଯଯାତି କେଶରୀ ନାୟକ, ଭଟ୍ଟାରିକା ସରପଞ୍ଚ ଶତ୍ରୁଜିତ ପୁହାଣ ଙ୍କ ସମେତ ଅଞ୍ଚଳର ପ୍ରାୟ ପାଞ୍ଚ ଶହ ରୁ ଅଧିକ ବିଜେଡ଼ି କର୍ମୀ ଯୋଗ ଦେଇଥିଲେ। ବଡ଼ମ୍ବା ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ର ପରାଜୟ ଉପରେ ସମୀକ୍ଷା ଆଲୋଚନା କରାଯିବା ସହ ବିଜେପି ସରକାର ର ପ୍ରତିଶୃତି ନେଇ ଭର୍ତ୍ସନା କରିଥିଲେ । ଆଗାମୀ ଦିନରେ ବଡ଼ମ୍ବା ନିର୍ବାଚନ ମଣ୍ଡଳୀରେ ବିଜେଡ଼ି କିପରି ତାର ସଂଗଠନ କୁ ସୁଦୃଢ଼ କରି ୨୦୨୭ ରେ ପଞ୍ଚାୟତ ନିର୍ବାଚନ ଏବଂ 2029ରେ ସାଧାରଣ ନିର୍ବାଚନ ରେ କ୍ଷମତା କୁ ଫେରିବ ସେ ନେଇ କର୍ମୀ ମାନଙ୍କୁ ପରାମର୍ଶ ଦିଆଯାଇଥିଲା ।

Exit mobile version