Site icon Awaj Media

ବାଲୁଗାଁ ବାଣପୁର ୧୬ନଂ ଜାତୀୟ ରାଜପଥରେ ଓଲଟିଲା ଅଣ୍ଡା ବୋଝେଇ ଟ୍ରକ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଜାତୀୟ ରାଜପଥରେ ଓଲଟିଲା ଅଣ୍ଡା ବୋଝେଇ ଟ୍ରକ । ଡ଼୍ରାଇଭର ଆହତ । ସୂଚନା ମୁତାବକ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବାଇପାସ୍ ୧୬ନଂ ଜାତୀୟ ରାଜପଥ ଧୂଆଁଳ ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଏକ ଅଣ୍ଡା ବୋଝେଇ ଟ୍ରକ । ଆନ୍ଧ୍ରରୁ କୋଲକାତା ଅଭିମୁଖେ ଯାଉଥିବା ବେଳେ କୌଣସି କାରଣରୁ ରାସ୍ତା ଉପରେ ଟ୍ରକ ଟି ଓଲଟି ପଡ଼ିଥିଲା । ଖବର ପାଇ ବାଲୁଗାଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହାତ ଡ୍ରାଇଭରକୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦେଇ ଥିବା ବେଳେ ରାସ୍ତା ମଝିରେ ଟ୍ରକଟି ପଡି ରହିଥିବାରୁ ଯାତାୟାତ ସମ୍ପୂର୍ଣ ରୂପେ ଠପ ହୋଇଯାଇ ଥିବା ସୁଚନା ମିଳିଛି ।।

Exit mobile version