Site icon Awaj Media

ବ୍ଲକ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ରେ ମେଡିକାଲ କ୍ୟାମ୍ପ ଅନୁଷ୍ଠିତ !!!

Spread the love

ବରଗଡ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ବରଗଡ ଜିଲ୍ଲା ରାଜବୋରାସମ୍ବର ବ୍ଲକ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ରେ ମେଡିକାଲ କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି ! ଏହି କାର୍ଯ୍ୟକ୍ରମ ରେ ବ୍ଲକ ର ସମସ୍ତ ସ୍କୁଲ ର ଶରୀର ର ଅକ୍ଷମତା ଥିବା ବା ବିକଳାଙ୍ଗ ଛାତ୍ର ଛାତ୍ରୀ ମାନଙ୍କୁ ହୁଇଲ ଚେୟାର, କାନ ଶ୍ରବଣ ଯନ୍ତ୍ର, କୁତ୍ରିମ ଗୋଡ଼, ଇତ୍ୟାଦି ବଣ୍ଟନ କରାଯାଇଥିଲା ! କାର୍ଯ୍ୟକ୍ରମ ର ମୁଖ୍ୟ ଦାୟିତ୍ୱ ନେଇଥିଲେ ବ୍ଲକ ଶିକ୍ଷାଧିକାରୀ ଶ୍ରୀ ଲୋକନାଥ ଭୋଇ ଓ ମେଡିକାଲ ଟିମ ରୁ ଡା ଧରିତ୍ରୀ ଗଡତିଆ, ଡା ସୁରେନ୍ଦ୍ର ଭୋଇ, ଓ ଟିମ ର ଡାଟା ମେନ ବିଜୟ କୁମାର ସହଯୋଗ କରିଥିଲେ ! କାର୍ଯ୍ୟକ୍ରମ ପରିଚାଳନା ରେ ପ୍ରଭାତ ସାହୁ (ସମ୍ବଳ ଶିକ୍ଷା ବିଭାଗ ) ରାମସିଂହ ଭୋଇ, (ଏ ବି ଇ ଓ ), ଅନ୍ତର୍ନିବେଶି ଶିକ୍ଷା ସ୍ବେଛାସେବୀ ଭଗବାନ ତରିଆ (ଗୋଷ୍ଠୀ ସମ୍ବଳ ଶିକ୍ଷାବିଭାଗ ) କୀର୍ତ୍ତିଚନ୍ଦ୍ର ସାହୁ, ରାଧାକାନ୍ତ ଭୋଇ, ଚିତ୍ତରଞ୍ଜନ ଛତର, ବିନୋଦ ବେହେରା ଓ ଅନ୍ୟ ସମସ୍ତ ବିଭଗୀୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ !

 

Exit mobile version