Site icon Awaj Media

୫ମ ଓପନ ଜାତୀୟ ଟାଇକୋଣ୍ଡ ପ୍ରତିଯୋଗିତାରେ ନୟାଗଡ଼ କୁ ୧୯ ପଦକ !!!

Spread the love

ନୟାଗଡ଼ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ୫ମ ଓପନ ଜାତୀୟ ସ୍ତରୀୟ ଟାଇକୋଣ୍ଡ ଚମ୍ପିୟାନସିପ ୨୦୨୪ ଟାଇକୋଫେଷ୍ଟ ପଶ୍ଚିମବଙ୍ଗର କଲିକତା ଠାରେ ଅନୁଷ୍ଠିତ ହୋଇଯାଇଅଛି, ଏଥିରେ ନୟାଗଡ଼ ମାର୍ଶାଲ ଆର୍ଟ ଆକାଡେମି , ନୂଆ ରାଜବାଟି ନୟାଗଡ଼ର ୨୧ ଜଣ ଖେଳାଳି ବିଭିନ୍ନ ବର୍ଗର କିରୋଗି ଫ୍ରେସର ଇଭେଣ୍ଟ ରେ ଆୟୁଶ୍ରୀ ଦାସ, ସୋଭାଲିନ ମହାପାତ୍ର, ଆନନ୍ଦ କୁମାର, ସମରିତ ଅଗସ୍ତି, ବିରାଟ ପ୍ରୟାସ, ପ୍ରଭାକର ପରିଡ଼ା, ଡୋଲା ଉଦିତ୍ ଶ୍ରୀରାମ, ତତ୍ବଦର୍ଶି ବିଶ୍ବାଳ, ସତ୍ୟବ୍ରତ ବିଶ୍ବାଳ ସ୍ବର୍ଣ୍ଣ ପଦକ ପାଇଥିବା ବେଳେ ଶ୍ରୀୟାସି ସାହୁ, ସ୍ମୁତି ପ୍ରଜ୍ଞା ନାୟକ, ଦେବାଶିଂ ବିଶ୍ଵାଳ, ବିଷ୍ଣୁପ୍ରିୟା ପରିମାଣିକ , ହୃଷିକେଶ ଖଣ୍ଡେଇ, ସାସ୍ୱତ ସମ୍ବିତ ପ୍ରଧାନ, ତନିଷ୍ ସୁନ୍ଦରକା, ବେଦାନ୍ସ ପରିଡ଼ା, ରୈପ୍ୟ ପଦକ ହାସଲ କରିଛନ୍ତି ସେହିପରି ରେଗୁଲାର କିରୋଗି ଇଭେଣ୍ଟ ରେ ଶିବାନନ୍ଦ ରାୟଗୁରୁ ଏବଂ ପ୍ରତ୍ୟୁଷା ରାୟଗୁରୁ କାଂସ୍ୟ ପଦକ ମୋଟ ୧୯ ଟି ପଦକ ହାସଲ କରି ନୟାଗଡ଼ ଜିଲ୍ଲା ପାଇଁ ସୁନାମ ଅର୍ଜନ କରିଛନ୍ତି ଏହି ନୟାଗଡ଼ ଦଳର କୋଚ ଭାବରେ ପୃଥିବି ରାୟଗୁରୁ ଏବଂ ଶିବାନନ୍ଦ ରାୟଗୁରୁ ତଥା ମ୍ୟାନେଜର ଭାବରେ ସୈମ୍ୟ ରଞ୍ଜନ ସାହୁ ଦଳ ସହିତ କଲିକତା ଯାତ୍ରକରିଥିବା ନେଇ ଏକାଡେମି ର ମୁଖ୍ୟ ପ୍ରଶିକ୍ଷକ ଭବାନୀ ଶଙ୍କର ରାୟଗୁରୁ ଆମ ପ୍ରତିନିଧିଙ୍କୁ ଜଣାଇଛନ୍ତି !

Exit mobile version