ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସମ୍ମୁଖରୁ ସଡ଼କ ସୁରକ୍ଷା ସଚେତନତା ରାଲି ଆରମ୍ଭ ହୋଇଯାଇଛି । ଏହି ରାଲିକୁ ଆଞ୍ଚଳିକ ପରିବହନ ଅଧିକାରୀ ପ୍ରସନ୍ନ କୁମାର ଦାଶ , ଆଦର୍ଶ ଥାନା ଅଧିକାରୀ ପ୍ରଶାନ୍ତ କୁମାର ଭୂପତି ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥଲେ । ଏହି ସଚେତନତା ରାଲିରେ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ବିଭିନ୍ନ ପ୍ଲାକାର୍ଡ଼ ଧରି ସହର ପରିକ୍ରମା କରି ସଚେତନତା କରିଥିଲେ । ମୁଖ୍ୟତଃ ହେଲମେଟ ବ୍ୟବହାର କରିବା, ଦ୍ରୁତ ବେଗରେ ଗାଡ଼ି ନ ଚଳାଇବା, ଟ୍ରାଫିକ ନିୟମ ପାଳନ କରିବା, ସିଟ ବେଲ୍ଟ ବ୍ୟବହାର କରିବା, ମଦ୍ୟପାନ କରି ଗାଡ଼ି ନ ଚଳାଇବା , ଗାଡ଼ି ଚଳାଇବା ବେଳେ ମୋବାଇଲରେ କଥା ହେବା ନାହିଁ ଏହି ପରି ଅନେକ ସଚେତନତା କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିବହନ ନିରୀକ୍ଷକ ତୁଷାର ହେମ୍ବ୍ରମ ଙ୍କ ସମେତ ବିଭାଗୀୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।
ସଡ଼କ ସୁରକ୍ଷା ସପ୍ତାହ ଉପଲକ୍ଷେ ସଚେତନତା ରାଲି !!!

