ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା କ୍ଷୁଦ୍ର ଜଳସେଚନ ଉପ ବିଭାଜନ କାର୍ଯ୍ୟାଳୟରେ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ କାର୍ଯ୍ୟକ୍ରମ ! ରାଜ୍ୟ ସରକାରଙ୍କ ଦ୍ବାରା ପ୍ରଚଳିତ ପାଣି ପଞ୍ଚାୟତ ଯୋଜନାକୁ ଗୁଣାତ୍ମକ ପଦ୍ଧତିରେ ସଫଳ ଓ ଦୀର୍ଘସ୍ଥାୟୀ କରିବାକୁ ଏହି ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଉଛି ବୋଲି ଅତିଥି ମାନେ ମତବ୍ୟକ୍ତ କହିଥିଲେ । ଯାଜପୁର କ୍ଷୁଦ୍ର ଜଳସେଚନ ବିଭାଜନ ଅଧିକ୍ଷଣ ଯନ୍ତ୍ରୀ ଇଂ ସଞ୍ଜୟ କୁମାର ବେହେରାଙ୍କ ଅଧକ୍ଷତାରେ ପକ୍ଷ ପାଳନ ସମାରୋହ ଅନୁଷ୍ଠିତ ହେବା ସହ ସହକାରୀ ନିର୍ବାହୀ ଯନ୍ତ୍ରୀ କ୍ଷୁଦ୍ର ଜଳସେଚନ ଉପ ବିଭାଜନ ବଡଚଣା ତ୍ରିଲୋଚନ ବେହେରା ମଞ୍ଚ ପରିଚାଳନା କରିଥିଲେ ! ସହଭାଗୀ ଜଳସେଚନ ପରିଚାଳନା ମାଧ୍ୟମରେ ସମସ୍ତ ଚାଷି ମିଳିମିଶି ସୁଷମ ତଥା ସମାନୁପାତିକ ଜଳ ବଣ୍ଟନକୁ ଗୁରୁତ୍ବ ପ୍ରଦାନ କରି ଜଳ ବଣ୍ଟନ ଜନିତ ବିବାଦର ଗଣତାନ୍ତ୍ରିକ ପଦ୍ଧତିରେ ଆପୋଷ ସମାଧାନ କରିବା ଆବଶ୍ୟକ ବୋଲି ବାର୍ତ୍ତା ଦେଇଥିଲେ ।
ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ କାର୍ଯ୍ୟକ୍ରମ !!!

