ନବ ବର୍ଷ କୁ ନିଆରା ଢଙ୍ଗରେ ପାଳିଲେ ସାମାଜିକ କର୍ମୀ ଏବଂ ସାମ୍ବାଦିକ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ନବ ବର୍ଷ କୁ ନିଆରା ଢଙ୍ଗରେ ପାଳିଲେ ସାମାଜିକ କର୍ମୀ ଏବଂ ସାମ୍ବାଦିକ ! ଗ୍ରାମର କୁନି କୁନି ପିଲାଙ୍କ ମଧ୍ୟରେ ପ୍ରତିଯୋଗିତା ଆୟୋଜନ କରି ସେମାନଙ୍କୁ ପୁରସ୍କୃତ କରାଯାଇଛି ! ଖୋର୍ଦ୍ଧା ଜିଲ୍ଲା ଓରବରସିଂହ ଗ୍ରାମରେ ଆୟୋଜିତ ହୋଇଥିଲା ଏପରି କାର୍ଯ୍ୟକ୍ରମ ! ଗ୍ରାମର ଯୁବ ସାମ୍ବାଦିକ ସୂର୍ଯ୍ୟକାନ୍ତ ଦଳେଇ ଙ୍କ ଉଦ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୁଦୂର କୋରାପୁଟ ଜିଲ୍ଲା ଜୟପୁର ର ସାମାଜିକ କର୍ମୀ ମମତା ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ! ରେନବୋ ଡିଜିଟାଲ ର ମୁଖ୍ୟ ସମ୍ପାଦିକା ବର୍ଷା ଦାସ ସ୍ୱତନ୍ତ୍ର ଅତିଥି ରୂପେ ଉପସ୍ଥିତ ଥିବା ସମୟରେ , ପିପିଲି ଜନ କଲ୍ୟାଣ ସଂଗଠନ ର ସଭାପତି ଲଳିତ କୁମାର ବରାଳ , ଡେଲାଙ୍ଗ ର ପ୍ରେମ କୁମାର ଏବଂ ଓରମି ସମବାୟ ସମିତି ର ସମ୍ପାଦକ ନରେନ୍ଦ୍ର ମଙ୍ଗରାଜ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ ! କୁନି ପ୍ରତିଭା ଙ୍କ ମଧ୍ୟରେ ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗିତା କରାଯାଇ କୃତୀ ବିବେଚିତ ପ୍ରତିଭା ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ !

Leave a Reply

Your email address will not be published. Required fields are marked *