Site icon Awaj Media

ମାନଗୋବିନ୍ଦପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତୃତୀୟ ବାର୍ଷିକ ଉତ୍ସବ “ସମ୍ମାନ 3.0” ପାଳିତ !!!

Spread the love

ବେଗୁନିଆ ( ଆୱାଜ ମିଡ଼ିଆ ) – ସମୀର ସୁନ୍ଦରାୟ : ବେଗୁନିଆ ବ୍ଲକ ଅନ୍ତର୍ଗତ ଦୁର୍ଗାପୁର ଗ୍ରାମପଞ୍ଚାୟତର ମାନଗୋବିନ୍ଦପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତୃତୀୟ ବାର୍ଷିକ ଉତ୍ସବ “ସମ୍ମାନ 3.0” ପାଳିତ ହୋଇଯାଇଛି l ଏଥିରେ ବିଦ୍ୟାଳୟର ଚେୟାରମ୍ୟାନ ମାନସ ପ୍ରଧାନ ସଭାପତିତ୍ୱ କରିଥିବା ବେଳେ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ! ଡ଼ଃ ଗୁରୁପ୍ରସାଦ ମହାପାତ୍ର ମୁଖ୍ୟ ବକ୍ତା ଏବଂ ବେଗୁନିଆର ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାସ୍କର ଚନ୍ଦ୍ର ଲେଙ୍କା, ସ୍ଥାନୀୟ ପଞ୍ଚାୟତ ସମିତି ଅଧକ୍ଷା ସାବିତ୍ରୀ ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟ ଅନାଦି ସାହୁ, ସରପଞ୍ଚ ଦେବାଶିଷ ବେହେରା, ଓଡିଶା ପ୍ରାଥମିକ ଶିକ୍ଷକ ସଙ୍ଘ ର ମହାସଚିବ ବିକ୍ରମ କୁମାର ରଥ, ଐତିହାସିକ ସତ୍ୟବାଦୀ ବଳିୟାରସିଂହ, ଶିକ୍ଷାବିତ ରାଜକିଶୋର ପାଣିଗ୍ରାହୀ ଏବଂ ତ୍ରିଲୋଚନ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ପ୍ରଥମେ ଅତିଥିମାନେ ପ୍ରଦୀପ ପ୍ରଜ୍ବଳନ କରି ସଭାକାର୍ଯ୍ୟ ଆରମ୍ଭ କରଥିଲେ l ପୂର୍ବରୁ ହୋଇଥିବା ଦୌଡ଼, ଲମ୍ବ ଦିଆଁ, ସଂଗୀତ, ତର୍କ ଆଦି ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ମଲ୍ଲିକ ଏବଂ ଶିକ୍ଷୟତ୍ରୀ ବିଜୟଲଷ୍ମୀ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସ୍ଥାନୀୟ ଲୋକଙ୍କ ମନ ମୋହିଥିଲା l

Exit mobile version