Site icon Awaj Media

ଗଜପତି ସ୍ମାରକୀ ବକୃତା ମାଳା ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟରେ ଗଜପତି ସ୍ମାରକୀ ବକ୍ତ୍ରୁତାମାଳା ଅବସରରେ “ସାଂପ୍ରତିକ ବିଶ୍ୱରେ ସଂସ୍କୃତି ଓ ସାହିତ୍ୟର ସ୍ୱରୂପ” ସମ୍ୱନ୍ଧୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟର ପୂର୍ବତନ ଇଂରାଜୀ ବିଭାଗର ମୁଖ୍ୟ ଡ. ଚିତ୍ତରଂଜନ ମିଶ୍ର ଉପରୋକ୍ତ ବିଷୟ ଆଧାରିତ ଉପରେ ନିଜ ସନ୍ଦର୍ଭ ପାଠ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀତେନ୍ଦ୍ରନାଥ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାବେଶରେ ମୁଖ୍ୟବକ୍ତା ଡ.ମିଶ୍ର ସଂସ୍କୃତି ପରିପୂର୍ଣ୍ଣ ଜଗତିକରଣରେ ଇଂରାଜୀ କବିମାନଙ୍କ ପ୍ରାଧାନ୍ଯ ତଥା ବିଶ୍ୱ ଦରବାରରେ ପ୍ରକୃତି ସହିତ ଭାବପୂର୍ଣ୍ଣ ସାହିତ୍ୟ ଧାରା ସଂପର୍କରେ ବିଶ୍ଳେଷଣ କରିଥିଲେ।ଭାରତୀୟ ସଂସ୍କୃତି ସହ ପାଶ୍ଚାତ୍ୟ ସଂସ୍କୃତି ତାରତମ୍ୟ ଏବଂ ଅଲୌକିକତା ସାଧାରଣତଃ ପାଠକମାନଙ୍କୁ ଛୁଇଁଥାଏ।ବିଖ୍ୟାତ କବି ତଥା ଲେଖକମାନେ ନିଜର ଲେଖନୀ ଶୈଳୀରେ ଗୁଣାତ୍ମକ ବିଶେଷତ୍ୱ ରହିଥାଏ। ପରିସ୍ଥିତି ସନ୍ତୁଳିତ ଆଧାରିତ ଲେଖାଗୁଡିକରେ ଲେଖକମାନେ ନିଜ ଲେଖନୀରୁ ପ୍ରୁଷ୍ଠଭୂମି ପ୍ରସ୍ତୁତ କରିଥାନ୍ତି। ବର୍ତ୍ତମାନ ପ୍ରଯୁକ୍ତି ବିଦ୍ୟା ତଥା ଆଭାସୀ ଯୋଗାଯୋଗ ମାଧ୍ୟମରେ ଉନ୍ନତ ପରିବେଶର ସମୟ ଆସିଛି।ଉକ୍ତ ମହାବିଦ୍ୟାଳୟର ଓଡିଆ ବିଭାଗର ମୁଖ୍ଯ ଡ. ବିପ୍ଳବ ରଂଜନ ପ୍ରଧାନ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।ଅଧ୍ୟାପିକା କିରଣବାଳା ଭୂୟାଂ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସରରେ ଡ. ମିଶ୍ର ଛାତ୍ରଛାତ୍ରୀ ତଥା ଅଧ୍ୟାପକ/ଅଧ୍ୟାପିକା ଏବଂ ଉପସ୍ଥିତ ବୁଦ୍ଧିଜୀବିଂକର ବିଭିନ୍ନ ପ୍ରଶ୍ନୋତ୍ତର ବିନିମୟକୁ ସାବଲୀଳ କରିଥିଲେ। ଓଡିଆ ବିଭାଗ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପାଧ୍ୟୁତ୍ତର ଛାତ୍ରଛାତ୍ରୀ ମାନେ ସହଯୋଗ କରିଥିଲେ।

Exit mobile version