Site icon Awaj Media

ବାବା ଅନନ୍ତ ଦାସ ଙ୍କ ୩୨ ତମ ବାର୍ଷିକ ଉତ୍ସବ ପାଳିତ !!!

Spread the love

ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ବାବା ଅନନ୍ତ ଦାସ ଙ୍କ ୩୨ ତମ ବାର୍ଷିକ ଉତ୍ସବ ପାଳିତ ! କଟକ ଜିଲ୍ଲା ବଡ଼ମ୍ବା ବ୍ଲକ ଅଧୀନ ବେଲିଆପାଳ ଗ୍ରାମ ଧବଳେଶ୍ୱର ପୀଠ ସତ୍ୟ ସନାତନ ଗୀତା ଶ୍ରମ ପରିଶର ରେ ବାବା ଅନନ୍ତ ଦାସ ଙ୍କ ୩୨ ତମ ବାର୍ଷିକ ଉତ୍ସବ ମହା ଆଡମ୍ବର ରେ ପାଳିତ ହୋଇଯାଇଛି । ଏହି ବାର୍ଷିକ ଉତ୍ସବ ରେ ଅନୁଗୁଳ, ଢେଙ୍କାନାଳ, ବାଙ୍କୀ, ଖଣ୍ଡପଡା, ନରସିଂହପୁର, କଣ୍ଟିଲୋ, ତିଗିରିଆ, ଆଠଗଡ଼, ବଡ଼ମ୍ବା ଆଦି ବିଭିନ୍ନ ଅଞ୍ଚଳରୁ ସାଧୂସନ୍ଥ ମାନେ ଯୋଗଦାନ କରିଥିଲେ। ସତ୍ୟ ସାନାତନ ଗୀତଶ୍ରମ ପରିସର ରେ ସାଧୁ ସନ୍ଥ ମାନଙ୍କ ଦ୍ୱାରା ବାବା ଅନନ୍ତ ଦାସ ଙ୍କ ସୃତି ଉଦେଶ୍ୟ ରେ ବିଶ୍ୱର ମଙ୍ଗଳ ପାଇଁ ଏହ ଦିବସୀୟ ଗୀତା ଯଜ୍ଞ ଆୟୋଜନ କରାଯାଇଥିଲା । ଆୟୋଜକ ସାନାତନ ଧର୍ମ ର ସମ୍ପାଦକ ତଥା ଆବାହକ ସନ୍ତୋଷ କୁମାର ପଣ୍ଡା ଙ୍କ ନେତୃତ୍ୱ ରେ ଏକ ଦିବସୀୟ ମହାଯଜ୍ଞ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମ ରେ ସନାତନ ଧର୍ମ ର ସଭାପତି ସତ୍ୟ ନାରାୟଣ ପଣ୍ଡା, ଅନନ୍ତ ବାବା ଙ୍କ ସୁପୁତ୍ର ବୈକୁଣ୍ଠ ନାଥ ରଣା, କୋଷାଧକ୍ଷ ରାମଚନ୍ଦ୍ର ମହାପାତ୍ର, ନକୁଳ ଚୌଧୁରୀ, ସନାତନ ଚୋଧୁରୀ, ଯୋଗିନାଥ ମୁଦୁଲି, ସବିତା ସାହୁ, କୁମୁଦ ମୁଦୁଲି, ଅହଲ୍ୟା ବେହେରା ଙ୍କ ସମେତେ ଅନେକ ସାଧୁ ପ୍ରେମୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭ ରେ କଳସ ଯାତ୍ରା, ମଣ୍ଡଳ ପୂଜା, ସୂର୍ଯ୍ୟ ପୂଜା, ଗୋ ପୂଜା କରାଯିବା ସହ ସମୂହ ଗୀତା ପାଠ କରାଯାଇ ସନ୍ଧ୍ୟା ପାଞ୍ଚ ଘଣ୍ଟିକା ସମୟରେ ପୂର୍ଣ୍ଣିହୁତି କରାଯାଇଥିଲା । ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ବିଧାୟକ ବିଜୟ କୁମାର ଦଳବେହେରା, ପୁରାତନ ସରପଞ୍ଚ ବିଚିତ୍ରନନ୍ଦ ପଣ୍ଡା, ବେଳିଆପାଳ ସରପଞ୍ଚଙ୍କ ପ୍ରତିନିଧି ବିଚିତ୍ର ନନ୍ଦ ଦଳେଇ ପ୍ରମୁଖ ଯୋଗ ଦେଇଥିଲେ । ପରେ ଅନନ୍ତ ଦାସଙ୍କ ବାର୍ଷିକ ଉତ୍ସବ ସ୍ମୁତି ଉପଲକ୍ଷେ ହଜାର ଲୋକଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା ।

Exit mobile version