Site icon Awaj Media

ଫ୍ରେବୁଆରୀ ପ୍ରଥମ ସପ୍ତାହରେ ରାଜ୍ୟ ବିଜେପି ସଭାପତି ଚୟନ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଫୋକସ ରେ ରାଜ୍ୟ ବିଜେପି କାର୍ଯ୍ୟାଳୟ , ଚର୍ଚ୍ଚାରେ ରାଜ୍ୟ ବିଜେପି ସଭାପତି ଚୟନ ପ୍ରକ୍ରିୟା ! ଏବେ ରାଜ୍ୟ ବିଜେପିର ସାଙ୍ଗଠନିକ ନିର୍ବାଚନ ଚାଲିଛି। ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ ଙ୍କୁ ଓଡ଼ିଶାର ପର୍ଯ୍ୟବେକ୍ଷକ ଦାୟିତ୍ଵ ମିଳିଛି । ଜାନୁଆରୀ ଶେଷ ସୁଦ୍ଧା ବିଜେପିର ରାଜ୍ୟ ସଭାପତି ଚୟନ ନେଇ ଆଲୋଚନା ଚାଲିଥିବା ସମୟରେ ଏବେ ଏହା ଆସନ୍ତା ମାସ ପ୍ରଥମ ସପ୍ତାହରେ ହେବ ବୋଲି ଜଣାଯାଇଛି । ବର୍ତମାନ ସୁଦ୍ଧା ବୁଥ, ମଣ୍ଡଳ ଏବଂ ଜିଲ୍ଲା ସଭାପତି ନିର୍ବାଚନ ଶେଷ ପର୍ଯ୍ୟାୟରେ। ଓଡ଼ିଶାର ଏବେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଅଛନ୍ତି ଯିଏ କି ଓଡ଼ିଶାରେ ସରକାର କରିବାରେ ପ୍ରମୁଖ ଭୂମିକା ନେଇଥିଲେ । ତାଙ୍କୁ ଦଳ ପୁଣିଥରେ ରାଜ୍ୟ ବିଜେପିର ସଭାପତି ଭାବେ ଦାୟିତ୍ଵ ଦେଇପାରେ ବୋଲି ଆଶା କରାଯାଉଛି । ଅନ୍ୟପକ୍ଷେ ଦେଖିବାକୁ ଗଲେ ମନମୋହନ ସରକାର ଏବଂ ସଂଗଠନ ମଧ୍ୟରେ ସମନ୍ଵୟ ରଖିବାରେ ବିଫଳ । ତେଣୁ ତାଙ୍କୁ ରାଜ୍ୟସଭା ସାଂସଦ ରୂପେ ନଚେତ୍ ଓଡ଼ିଶାର ସରକାରରେ ଗୁରୁତ୍ୱପୂର୍ଣ୍ଣ ପଦବୀ ଯେପରି ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦବୀ ଭଳି ଦାୟିତ୍ଵ ଦେଇ ନୂଆ ମୁହଁ କୁ ରାଜ୍ୟ ବିଜେପିର ମଙ୍ଗୁଆଳ କେନ୍ଦ୍ରୀୟ କମିଟି କରିପାରେ ବୋଲି ଚର୍ଚ୍ଚା ଜୋର୍ ଧରିଛି । ନୂଆ ମୁହଁ ଭାବେ ଦେଖିବାକୁ ଗଲେ ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ସଭାପତି ଦୌଡ଼ ରେ ମଧ୍ୟ ସଭା ଆଗରେ ଅଛନ୍ତି । ବିଗତ ଦିନ ମାନଙ୍କରେ ତାଙ୍କ ଦକ୍ଷ ସାଂଗଠାନିକ ଦକ୍ଷତା ପାଇଁ ଦଳ ଅନେକ ସ୍ଥାନରେ ମଧ୍ୟ ନିଜ ସଂଗଠନ କୁ ସୁଦୃଢ କରିପାରିଛି ତେଣୁ ତାଙ୍କୁ ଦଳ ରାଜ୍ୟ ବିଜେପିର ନୂଆ ମଙ୍ଗୁଆଳ କରି ପୁରସ୍କୃତ କରିପାରେ ବୋଲି ଦଳ ଏବଂ ସାଧାରଣ ମହଲରେ ଚର୍ଚ୍ଚା ହେଉଛି ।

Exit mobile version