କମଳା ନେହେରୁ ମହିଳା ମହା ବିଦ୍ୟାଳୟର ନେତୃତ୍ୱ ପ୍ରଶିକ୍ଷଣ ଶିବିର ଉଦଯାପିତ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଭୁବନେଶ୍ୱରସ୍ଥିତ କମଳା ନେହେରୁ ମହିଳା ମହାବିଦ୍ୟାଳୟ ପରିସରରେ ରାଷ୍ଟ୍ରୀୟ ସେବା ଯୋଜନା ଆନୁକୁଲ୍ୟରେ ତ୍ରିଦିବସୀୟ ଜିଲ୍ଲା ସ୍ତରୀୟ ଯୁବ ନେତୃତ୍ବ ଶିବିର ଆୟୋଜିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. ସୁଶାନ୍ତ କୁମାର ପଟ୍ଟନାୟକଙ୍କ ତତ୍ତ୍ଵାବଧାନରେ ଏବଂ ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ଏନ୍.ଏସ୍.ଏସ୍ ବ୍ୟୁରୋ ର ମିଳିତ ଉଦ୍ୟମରେ ଏହି ଶିବିର ଉଦଯାପିତ ହୋଇଯାଇଛି। ଏହି ଶିବିରରେ ମୁଖ୍ୟ ଅତିଥି ଭାବରେ ଆଞ୍ଚଳିକ ନିର୍ଦ୍ଦେଶିକା ମିସ୍ ସରିତା ପଟେଲ ଯୋଗ ଦେଇଛନ୍ତି। ଅନ୍ୟାନ୍ୟ ଅତିଥିଙ୍କ ମଧ୍ୟରେ ଡ଼.ନିରୋଦ ବରଣ ଖୁଣ୍ଟିଆ, ଶ୍ରୀଯୁକ୍ତ ହରପ୍ରସାଦ ମହାପାତ୍ର, ଶ୍ରୀଯୁକ୍ତ ରମାକାନ୍ତ ମହାପାତ୍ର , ଶ୍ରୀଯୁକ୍ତ ରଘୁନାଥ ମଣ୍ଡଳ, ଶ୍ରୀଯୁକ୍ତ ମଧୁସୂଦନ ଦାସ, ଶ୍ରୀ ସୋମ୍ ଭାଇ , ପ୍ରଭାସ ଭାଇ, ଶ୍ରୀଯୁକ୍ତ ମହମ୍ମଦ ଇମ୍ରାନ୍ ଅଲ୍ଲୀ, ଡ଼. ବେଦୁଲା ରାମ ଲକ୍ଷ୍ମୀ ପ୍ରମୁଖ ଯୋଗ ଦେଇ ଶିବିରର ମହତ୍ତ୍ୱକୁ ଦ୍ଵିଗୁଣିତ କରିଛନ୍ତି। ବିଶ୍ଵବିଦ୍ୟାଳୟର ଉପକୁଳପତି ପ୍ରଫେସର୍ ଚଣ୍ଡୀ ଚରଣ ରଥ ମଧ୍ୟ ଏହି ଶିବିରରେ ଯୋଗ ଦେଇ ସ୍ବେଚ୍ଛାସେବୀ ମାନଙ୍କୁ ଉଦ୍ ବୋଧିତ କରିଛନ୍ତି। ମହାବିଦ୍ୟାଳୟର କାର୍ଯ୍ୟକ୍ରମ ଅଧିକାରୀ ଡ଼. ମଧୁସ୍ମିତା ଦାସ, ବିଶ୍ଵବିଦ୍ୟାଳୟର ଦୁଇ କାର୍ଯ୍ୟକ୍ରମ ଅଧିକାରୀ ମିସ୍ ବି. ଆର୍. ଆଭା ଆୟୁଶ୍ରୀ ଓ ଗୀତାଞ୍ଜଳି ନାଏକ ଏବଂ ଶୈଳବାଳା ସ୍ଵୟଂଶାସିତ ମହାବିଦ୍ୟାଳୟର କାର୍ଯ୍ୟକ୍ରମ ଅଧିକାରୀ ଡ଼. ଯୋଗମାୟା ପଣ୍ଡା ଏହି ଶିବିରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି । ବିଶ୍ଵବିଦ୍ୟାଳୟର କାର୍ଯ୍ୟକ୍ରମ ସାଞ୍ଜୋଜିକା ଡ଼. ଅଲିଭା ମହାନ୍ତି ମଧ୍ଯ ଏହି ଶିବିରରେ ଯୋଗ ଦେଇ ନିଜର ମହାନ୍ ଉକ୍ତିକୁ ସ୍ବେଚ୍ଛାସେବୀଙ୍କ ପାଇଁ ପ୍ରୟୋଗ କରିଛନ୍ତି ।ଏହି ଶିବିରରେ ୨୧ଟି ମହାବିଦ୍ୟାଳୟର ସ୍ଵେଚ୍ଛାସବୀ ଯୋଗ ଦେଇଥିଲେ । ପ୍ରତ୍ୟେକ ସ୍ବେଚ୍ଛାସେବୀ ମାନଙ୍କ ନିମନ୍ତେ ମହାବିଦ୍ୟାଳୟ ତରଫରୁ ରହିବା, ଖାଇବା ର ବ୍ୟବସ୍ଥା କରାଯାଇଥିଲା। ଏହି ଶିବିର ମାଧ୍ୟମରେ ଯୋଗ ଶିବିର, ସଚେତନ କାର୍ଯ୍ୟକ୍ରମ ଓ ଭାରତ କି ସନ୍ତାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସ୍ବେଚ୍ଛାସେବୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା କରାଯାଇ ପୁରସ୍କୃତ କରାଯାଇଥିଲା ଓ ସ୍ୱେଚ୍ଛାସେବୀ ମାନଙ୍କ ନିମନ୍ତେ ବିଭିନ୍ନ ଶିକ୍ଷଣୀୟ ଅଧିବେଶନର ଆୟୋଜନ କରାଯାଇଥିଲା । ରାଷ୍ଟ୍ରୀୟ ସେବା ଯୋଜନା ମାଧ୍ୟମରେ ସ୍ଵେଚ୍ଛାସବୀ ମାନଙ୍କ ମଧ୍ୟରେ ଥିବା ନେତୃତ୍ବ ଗୁଣକୁ ଏହି ଶିବିର ଦ୍ଵାରା ଯଥାଯଥ ବୃଦ୍ଧି କରାଯାଇପାରିଛି ।

Leave a Reply

Your email address will not be published. Required fields are marked *