ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ପୁମୁଲ ରେ କାର୍ଯ୍ୟରତ କର୍ମଚାରୀ ଅବସର ପରେ କୌଣସି ସହାୟତା ସହଯୋଗ ପାଉନଥିବାରୁ କାର୍ଯ୍ୟାଳୟ ଆଗରେ ଦେଲେ ଧାରଣା ! ଅବସର ପରେ ବିଭାଗ ଦ୍ୱାରା ଚରମ ଅବହେଳାର ଶୀକାର ହେଉଛନ୍ତି କର୍ମଚାରୀ ! ପରିଚାଳନା ଦାୟିତ୍ୱ ରେ ଥିବା ଅଧିକାରୀ ମନଇଛା କାମ କରି ତାଙ୍କ ହଡପ କରୁଥିବାର ଆସିଛି ଅଭିଯୋଗ ! ଏପରିକି କର୍ମଚାରୀଙ୍କ ନାମରେ ଥିବା ବ୍ୟାଙ୍କ ଋଣ ପରିଶୋଧ ପାଇଁ ଦରମା ରୁ ଅର୍ଥ କଟାଯାଇଥିଲେ ସୁଦ୍ଧା ତାହା ବ୍ୟାଙ୍କ କୁ ଦିଆ ଯାଇନାହିଁ ! ଅବସରକାଳୀନ ସମସ୍ତ ସହାୟତା ତୁରନ୍ତ ପ୍ରଦାନ କରାନଗଲେ କାର୍ଯ୍ୟାଳୟ ଆଗରେ ଆତ୍ମାହୁତି ଦେବାକୁ ଦେଇଛନ୍ତି ଚେତାବନୀ !